Advertisment

Missing Case: ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଥିଲେ ଯୁବତୀ; ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର...

ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ମାନସିକ ସନ୍ତୁଳନ ହରାଇଥିବା ଜଣାପଡିଛି ।

Girl Who Went Missing During Dhanu Jatra

Girl Who Went Missing During Dhanu Jatra

Advertisment

ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ୪୮ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର। କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ବେଳେ ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା। ଉଦ୍ଧାର ଯୁବତୀ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଯୁବତୀଙ୍କ ବୟାନ ରେକର୍ଡ ପାଇଁ ହସ୍ପିଟାଲରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ପହଞ୍ଚିଛନ୍ତି। 

Advertisment

ଅଧିକ ପଢନ୍ତୁ: ହଂସିତାଙ୍କ ଆଉ ଜଣେ ସ୍ବାମୀଙ୍କ ସନ୍ଧାନ ମିଳିଲା, ଫିଟୁଛି କଳା ସାମ୍ରାଜ୍ୟର ଗୁମର

ଏହି ଘଟଣାରେ ଜଣଙ୍କୁ ଅଟକ ରଖି ବରଗଡ଼ ପୋଲିସର ପଚରାଉଚରା ଚାଲିଛି। ୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିଲେ ଯୁବତୀ। ସେଦିନ ରାତିରେ ଜଣେ ଯୁବକ, ଯୁବତୀଙ୍କ ନମ୍ବରରୁ ଘରକୁ କଲ୍ କରିଥିଲେ ଓ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାରକୁ କହିଥିଲେ। ତେଣୁ କଲ୍ କରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଗୁରୁତର ଯୁବତୀଙ୍କ ଭଉଣୀଙ୍କ ଦାବି କରଛନ୍ତି। ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଯୁବତୀଙ୍କୁ କୌଣସି ଯୌନ ନିର୍ଯାତନା ଦିଆଯାଇନଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଥିବା ସୂଚନା ମିଳିଛି। ତେବେ ଏନେଇ ପୋଲିସ କିମ୍ବା ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଅଧିକ ପଢନ୍ତୁ: ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ମନା

Rescued Dhanu Jatra Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ