• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

All's fair in love and war... ପ୍ୟାର ଅନ୍ଧା ହୋତା ହେ.. ପ୍ରେମ ପାଇଁ ଏପରି ଅନେକ ଗଳ୍ପ, ସାୟରୀ ଓ କବିତା ଗୁନ୍ଥା ହୋଇଛି । ପ୍ରେମ ଉଚ୍ଛୁଳା ସମୁଦ୍ରର ଢ଼େଉ ପରି । ପ୍ରେମ ହିଁ ଜୀବନ..ପ୍ରେମ ହିଁ ମରଣ । ଏଇ ଅଢ଼େଇ ଅକ୍ଷର ଶବ୍ଦରେ କେତେ ଯେ ଶକ୍ତି ଅଛି ତାହା କେବଳ ପ୍ରେମ କରୁଥିବା ଲୋକଙ୍କୁ ହିଁ ଜଣା । ହେଲେ ପ୍ରେମ ପାଇଁ ମାନମର୍ଯ୍ୟାଦା ଭୁଲି ବାପାମା’ଙ୍କୁ କାଠଗଡ଼ାକୁ ଟାଣିବା କେତେ ଦୂର ଠିକ । ନିକଟରେ ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ଏପରି ଏକ ଘଟଣା ଘଟିଛି ।

ପ୍ରେମିକ ପାଇଁ ଜଣେ ଯୁବତୀ ଜୀବନ୍ତ ଠାକୁର ବାପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଯେଉଁ ବାପାର ହାତ ଧରି ସେ ଦିନେ ବାଟ ଚାଲି ଶିଖିଥିଲା, ଆଜି ହଠାତ୍‌ ୧୯ ବର୍ଷ ପରେ ସେ ପର ହୋଇଗଲେ । ପ୍ରେମିକ ସହ କଥା ହେବାକୁ ମନା କରିବାରୁ ବାପାଙ୍କୁ ହିଁ ଜେଲ୍‌ରେ ପୂରାଇ ଦେଇଛି ଝିଅ । ଆଉ ଝିଅର ଅଭିଯୋଗ କ୍ରମେ ବିଚରା ବାପା ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛି ।

ଅଯୋଧ୍ୟାର ଜମୁନିଆମଉ ଗାଁର ଜଣେ ଯୁବତୀ ତାଙ୍କ ବାପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ଜୁଲାଇ ୧୧ରେ ନିଜର ୧୯ ବର୍ଷିୟ ଝିଅକୁ ଫୋନ୍‌ରେ ଗପୁଥିବା ଦେଖି ତାଗିଦ୍‌ କରିଥିଲେ ତାଙ୍କ ବାପା । ପ୍ରଥମେ ଗାଳିଗୁଲଜ କରିବା ସହ ଏଥିରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ । କେବଳ ଏତିକି ନୁହେଁ ଝିଅ ଉପରେ ନଜର ରଖିବା ପାଇଁ ପରିବାର ଲୋକଙ୍କୁ କହିଥିଲେ ।

ଆଉ ଏହି ଘଟଣା ପରେ ଯୁବତୀ ଜଣକ ଏପରି କିଛି କରିଥିଲେ, ଯାହା ପରିବାର ଲୋକଙ୍କ ବିଶ୍ୱାସ ବାହାରେ । ବାପାମା’ଙ୍କ ଭଲପାଇବାକୁ ଜଳାଞ୍ଜଳି ଦେଇ ସକାଳୁ ସକାଳୁ ପ୍ରେମିକକୁ ଘରକୁ ଡକାଇ ତା’ସହ ରୁଦାଲି ଥାନା ପହଞ୍ଚି ଯାଇଥିଲେ । ଆଉ ସେଠାରେ ବାପାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ବାପା ମାଡ଼ ମାରିବା ସହ ମାରିଦେବାକୁ ଧମକ ଦେଉଥିବା କହିଥିଲେ । ଯୁବତୀଙ୍କ ଅଭିଯୋଗ ଶୁଣିବା ପରେ ଥାନା ବାବୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଜଣେ ଝିଅ ଯେ ବାପା ବିରୋଧରେ ଯାଇ ଏପରି କରିବ ସେ ଚିନ୍ତା କରିପାରିନଥିଲେ । ଅନ୍ୟପଟେ ବାପଝିଅଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଇବା ପାଇଁ ପୋଲିସ୍‌ ମଧ୍ୟସ୍ଥି ମଧ୍ୟ ସାଜିଥିଲା ।

ହେଲେ ଯୁବତୀ ଜଣକ ନିଜ କଥାରେ ଅଡ଼ି ବସିଥିଲେ । ସେ ସାବାଳିକା ହୋଇଥିବା ବେଳେ ଅଭିଯୋଗ ଗ୍ରହଣ ନକଲେ ଉପର ଅଫିସରଙ୍କ ନିକଟକୁ ଯିବେ ବୋଲି ଧମକାଇଲେ । ଏହାପରେ ଇଚ୍ଛା ନଥିଲେ ସୁଦ୍ଧା ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ଯୁବତୀଙ୍କୁ ବାପାଙ୍କୁ ପୋଲିସ ଷ୍ଟେସନକୁ ଡାକି ପଚରାଉଚରା କରିବା ସହ ତାଙ୍କୁ ଗିରଫ କରିଥିଲା । ହେଲେ ପରେ ଏକ ବଣ୍ଡରେ ଦସ୍ତଖତ କରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା କହିଛନ୍ତି ଥାନାଧିକାରୀ ।