/odishatv-khabar/media/post_attachments/uploadimage/library/16_9/16_9_0/s_1700980150.jpg)
Girl deadbody found from lodge in Berhampur
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏକ ଲଜ୍ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ଘର କେରଳ ରାଜ୍ୟର ବୋଲି ଜଣାପଡ଼ିଛି । ଯୁବତୀ ଜଣକ କେରଳରୁ ନିଜ ପୁରୁଷ ବନ୍ଧୁଙ୍କ ସହ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳର ଏକ ଲଜ୍ରେ ରହୁଥିଲେ ।
Advertisment
ଗତକାଲି ସନ୍ଧ୍ୟାରେ ଲଜ୍ କର୍ମଚାରୀ ସଫେଇ କରିବାକୁ ଯାଇଥିବା ବେଳେ କବାଟ ବାଡେଇବା ପରେ ମଧ୍ୟ କେହି ଶୁଣିନଥିଲେ । ଏନେଇ ଲଜ୍ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା ।
ଥାନା ଅଧିକାରୀ ଲଜ୍ ଯାଇ ଉକ୍ତ ରୁମ୍ର କବାଟ ଖୋଲି ଭିତରକୁ ପଶିବା ପରେ ସମ୍ପୃକ୍ତ ମହିଳାଙ୍କ ମୃତଦେହ ବେଡ୍ ଉପରେ ପଡିଥିବା ଦେଖିଥିଲେ । ମୃତ ଯୁବତୀଙ୍କ ପୁରୁଷ ବନ୍ଧୁ ଫେରାର ହୋଇଯାଇଛନ୍ତି । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ସନ୍ଧାନି କୁକୁର ଓ ଟିମ୍ ଆସି ତଦନ୍ତ କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)