Advertisment

New York: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ

ମଣ୍ଟ୍ରିଅଲର ଲୁସିଆନୋ ଫ୍ରାଟୋଲିନ ପ୍ରଥମେ ଝିଅର କିଡନାପ ନାଟକ କରିବା ପରେ ସେ ନିଜେ ହିଁ ଝିଅକୁ ହତ୍ୟା କରିଥିବା ଜଣା ପଡିଥିଲା। ଫରେଷ୍ଟ ରେଞ୍ଜରମାନେ ଟିକୋଣ୍ଡେରୋଗାରେ ଏକ ପୋଖରୀରେ ଝିଅଟିର ମୃତଦେହ ଉଦ୍ଧାର କରା ଯାଇଥିଲା।

ହତ୍ୟା

ହତ୍ୟା

Advertisment

ମଣ୍ଟ୍ରିଅଲର ଲୁସିଆନୋ ଫ୍ରାଟୋଲିନ (୪୫) ତାଙ୍କ ୯ ବର୍ଷୀୟ ଝିଅ ମେଲିନା ଫ୍ରାଟୋଲିନଙ୍କୁ ହତ୍ୟା କରିବା ପରେ ଶବ ଲୁଚାଇବା ଭଳି ଜଘନ୍ୟ ଅପରାଧ କରିଛନ୍ତି। ଫ୍ରାଟୋଲିନଙ୍କ ପାଇଁ ନିଯୁକ୍ତ ପବ୍ଲିକ ଡିଫେଣ୍ଡର ଅଫିସ ଦି ଆସୋସିଏଟେଡ ପ୍ରେସର ଫୋନ ଏବଂ ଇମେଲ ଅନୁରୋଧର ତୁରନ୍ତ ଜବାବ ଦେଇନଥିଲା।

Advertisment

ଫ୍ରାଟୋଲିନ ଶନିବାର ରାତିରେ ୯୧୧ କଲ କରି ଦାବି କରିଥିଲେ ଯେ ତାଙ୍କ ଝିଅକୁ ଲେକ ଜର୍ଜ ନିକଟସ୍ଥ ଏକ ପାର୍କିଂ ସ୍ଥଳୀରୁ ଅପହରଣ କରାଯାଇଛି। ଏହା ପରେ ଆଲର୍ଟ ଜାରି କରାଯାଇ ତାଙ୍କ ଝିଅ ମେଲିନାଙ୍କୁ ଖୋଜାଖୋଜି ଆରମ୍ଭ କରା ଯାଇଥିଲା। କିନ୍ତୁ ପୋଲିସ ଫ୍ରାଟୋଲିନଙ୍କ ବୟାନରେ ଅସଙ୍ଗତି ଦେଖି ଅପହରଣର କୌଣସି ପ୍ରମାଣ ନଥିବା ଜଣା ପଡିଥିଲା। ଫ୍ରାଟୋଲିନ ପ୍ରଥମେ କହିଥିଲେ ଯେ ସେ ଜଙ୍ଗଲରୁ ବାହାରିବା ପରେ ତାଙ୍କ ଝିଅକୁ ଖୋଜି ପାଇନଥିଲେ। ପରେ ସେ ଦାବି କରିଥିଲେ ଯେ ଦୁଇ ଅଜଣା ବ୍ୟକ୍ତି ତାଙ୍କ ଝିଅକୁ ଏକ ଧଳା ଭ୍ୟାନରେ ନେଇଯାଇଛନ୍ତି, ଯାହା ତଦନ୍ତରେ ମିଥ୍ୟା ପ୍ରମାଣିତ ହୋଇଥିଲା।

ସାରାଟୋଗା ସ୍ପ୍ରିଙ୍ଗସରେ ଶନିବାର ସନ୍ଧ୍ୟା ୫:୩୦ ରେ ବାପା-ଝିଅଙ୍କୁ ସର୍ଭେଲାନ୍ସ ଭିଡିଓରେ ଦେଖାଯାଇଥିଲା। ଏକ ଘଣ୍ଟା ପରେ ମେଲିନା ତାଙ୍କ ମା’ଙ୍କ ସହ ଫୋନରେ କଥା ହୋଇଥିଲେ। କିନ୍ତୁ କୌଣସି ବିପଦ ଥିବା କହିନଥିଲେ।

Advertisment

ପୋଲିସ ମତରେ, ମେଲିନା ତାଙ୍କ ମାଆଙ୍କ ସହ କଥା ହେବା ପରେ ଏବଂ ଫ୍ରାଟୋଲିନ ୯୧୧କୁ କଲ କରିବା ପୂର୍ବରୁ ଝିଅକୁ ହତ୍ୟା କରିଥିଲେ। ରବିବାର ଅପରାହ୍ନରେ ଫରେଷ୍ଟ ରେଞ୍ଜରମାନେ ଟିକୋଣ୍ଡେରୋଗାରେ ଏକ ପୋଖରୀରେ ଝିଅଟିର ମୃତଦେହ ଉଦ୍ଧାର କରିଥିଲେ। ଫ୍ରାଟୋଲିନ ଝିଅର ମୃତଦେହକୁ ଏକ ଲଗ ତଳେ ଲୁଚାଇଥିଲେ।

ପୋଲିସ କହିଛି, ବାପା ଏବଂ ଝିଅ ଜୁଲାଇ ୧୧ ରୁ ଆମେରିକାରେ ଛୁଟି କାଟୁଥିଲେ ଏବଂ ସେହି ସପ୍ତାହରେ ହିଁ ମଣ୍ଟ୍ରିଅଲ ଫେରିବାର ଥିଲା। ମେଲିନା ତାଙ୍କ ମା’ଙ୍କ ସହ ମଣ୍ଟ୍ରିଅଲରେ ରହୁଥିଲେ। ଫ୍ରାଟୋଲିନ ତାଙ୍କ ପତ୍ନୀଙ୍କଠାରୁ ୨୦୧୯ ରୁ ଅଲଗା ରହୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ୧୦୦ ଆମେରିକୀୟଙ୍କୁ ଚୂନା ଲଗାଇ ଭାରତୀୟ ଦମ୍ପତ୍ତି ଗିରଫ

Murder New York
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ