• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚିକିତ୍ସା କରାଇବାକୁ ଯାଇଥିବା ଛାତ୍ରୀ ଦୁଷ୍କର୍ମର ଶିକାର । ବିଶ୍ୱାସରେ ବିଷ ଦେଲେ ଦ୍ଵିତୀୟ ଭଗବାନ୍‌ । ଗୋବିନ୍ଦ ବଲ୍ଲଭ ପନ୍ତ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର ହସ୍ପିଟାଲରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ପେଟ ଯନ୍ତ୍ରଣା ହେବାରୁ ବିଶ୍ୱବିଦ୍ୟାଳୟଳ ଜଣେ ଛାତ୍ରୀ ଡାକ୍ତର ଦେଖାଇବାକୁ ଯାଇଥିଲେ । ହେଲେ ଚିକିତ୍ସା କରିବା ପରିବର୍ତ୍ତେ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଛନ୍ତି ଡାକ୍ତର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଆଉ ଏହି ମାମଲାରେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି । ଅନ୍ୟପଟେ ଅଭିଯୁକ୍ତ ଏବେ ଫେରାର ରହିଛି ।

ଡିସେମ୍ବର ୫ରେ ପୀଡ଼ିତା ଜଣକ ପେଟ ଯନ୍ତ୍ରଣା ଓ ବିପି ପାଇଁ ପନ୍ତ ବିଶ୍ୱବିଦ୍ୟାଳୟରେ ଥିବା ହସ୍ପିଟାଲକୁ ଯାଇଥିଲେ । ଆଉ ସେତେବେଳେ ହସ୍ପିଟାଲରେ ଉପସ୍ଥିତ ଥିଲେ ଡଃ ଦୁର୍ଗେଶ । ହେଲେ ସେ ଛାତ୍ରୀଙ୍କ ଚିକିତ୍ସା କରିବେ କ’ଣ ତାଙ୍କ ଉପରେ ଖରାପ ନଜର ପକାଇଥିଲେ । ଏକୁଟିଆ ପାଇଁ ହସ୍ପିଟାଲର ଏକ ରୁମରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ବର୍ତ୍ତମାନ ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ଓ ନିର୍ଯାତନା ମାମଲା ରୁଜୁ ହୋଇଛି । ପୋଲିସ ତାଙ୍କୁ ଗିରଫ କରିବା ପାଇଁ ତାଙ୍କ ବାସଭବନରେ ଚଢ଼ାଇ କରିଥିଲା, କିନ୍ତୁ ସେଠାରୁ ସେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଆଖିରେ ଦେଖିଲେ ଛାତ୍ରୀଙ୍କ ଦୁଷ୍କର୍ମ, ସାହାଯ୍ୟ କରିବା ପରିବର୍ତ୍ତେ ଇଜ୍ଜତ ଲୁଟିଲେ ସାର୍

ତେବେ ଦୁଷ୍କର୍ମ କରିବା ପରେ ଡାକ୍ତର ଜଣକ ଛାତ୍ରୀଙ୍କୁ ଧମକାଇଥିଲେ । ଏକଥା କାହାକୁ କହିଲେ ଜୀବନ ନଷ୍ଟ କରିଦେବି ବୋଲି କହିଥିଲେ । ହେଲେ ଛାତ୍ରୀ ଜଣକ ବିଳମ୍ବ ନକରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଆଉ ତା’ପରେ ଏହି ମାମଲା ପୋଲିସ୍‌ ନିକଟରେ ପହଞ୍ଚିଥିଲା ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଫେରାର ଥିବା ଡାକ୍ତରଙ୍କୁ ଖୋଜିବା ପାଇଁ ଏକ ଟିମ୍‌ ନିୟୋଜିତ ହୋଇଛନ୍ତି । ତାଙ୍କୁ ଶୀଘ୍ର ଗିରଫ କରାଯିବ। ମହିଳା ଇନ୍ସପେକ୍ଟର ମଞ୍ଜୁ ପାଣ୍ଡେଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ସେପଟେ ଜିବି ପନ୍ତ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ଦ୍ୱାରା ଏନେଇ ପୁଙ୍ଖାନୁପୁଙ୍ଖ ଯାଂଚ କରାଯାଇଥିଲା । ଆଉ ଯାଂଚ ଆଧାରରେ ଅଭିଯୁକ୍ତ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପରେ ତାଙ୍କୁ କଲେଜରୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଥିଲା ।