/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660123906.jpg)
Gold Biscuits
ବ୍ରହ୍ମପୁରରେ ବେଆଇନ ସୁନା କାରବାରର ପର୍ଦ୍ଦାଫାସ । ୨ କେଜି ୨ ଶହ ଗ୍ରାମ୍ ଓଜନର ୨୩ଟି ସୁନା ବିସ୍କେଟ୍ ସହ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଦୁଇ ଜଣଙ୍କୁ ପୋଲିସ୍ ଅଟକ ରଖିଛି । ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ଆନନ୍ଦ ଜୁଏଲର୍ସର ମାଲିକ ଆନନ୍ଦ ସୁବୁଦ୍ଧି ଓ ମହାରାଷ୍ଟ୍ର ସାଂଗଲି ଜିଲ୍ଲାର ଦଶରଥ ସୌକାତ ।
ଗତକାଲି ଅପରାହ୍ଣରେ ବ୍ରହ୍ମପୁରରୁ କଟକ ଯାଉଥିବା ଏକ OSRTC ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଲାଞ୍ଜିପଲୀ ଛକରେ ବସ୍କୁ ଅଟକାଇ ଚେକିଂ ବେଳେ ଅଭିଯୁକ୍ତ ଦଶରଥଠାରୁ ଦୁଇଟି ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗ୍ରେ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଥିଲା ।
ଏ ସଂପର୍କରେ ଅଧିକ ଖୋଳତାଡ଼ ପରେ ଦଶରଥ, ଆନନ୍ଦ ଜୁଏଲର୍ସକୁ ସୁନା ବିସ୍କେଟ୍ ଦେଇ ଟଙ୍କା ଆଣିଥିବା ମାନି ଯାଇଥିଲା । ପରେ ବୈଦ୍ୟନାଥପୁର ପୋଲିସ୍ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପୁରା ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା । ସୁନା ବିସ୍କେଟ୍ କାରବାର ନେଇ ଅଭିଯୁକ୍ତ କୌଣସି ବିଲ୍ ଦେଖାଇପାରିନଥିବାରୁ ଏହାକୁ ସ୍ମଗଲିଂ ସୁନା ବୋଲି ସନ୍ଦେହ କରାଯାଉଛି । ପୋଲିସ୍ ଇନ୍କମ୍ ଟାକ୍ସ ବିଭାଗକୁ ଏ ସଂପର୍କରେ ଅବଗତ କରାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)