/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697877335.jpg)
Ganja Seized
ସରକାରୀ ଗାଡ଼ିରେ ଗଂଜେଇ ଚୋରା ଚାଲାଣ । କୋରାପୁଟ ଜିଲ୍ଲା ଲମତାପୁଟରୁ ଆସିଛି ଏଭଳି ଅଭିଯୋଗ । ପାଡୁଆ ପୋଲିସ୍ ସରକାରୀ ଗାଡ଼ିରୁ ଜବତ କରିଛି ଗଂଜେଇ । ଗଂଜେଇର ଓଜନ ପ୍ରାୟ ୫୧ କେଜି ହେବ ବୋଲି ସୂଚନା ମିଳିଛି ।
Advertisment
ମିଳିଥିବା ସୂଚନା ଅନୁଯାୟୀ, ଆଗୁଆ ସୂଚନା ପାଇ ଦାର୍ଲିପୁଟ ଗାଁ ନିକଟରେ ଏକ କାରକୁ ପୋଲିସ ଅଟକାଇଥିଲା । ଏହି ସମୟରେ କାରକୁ ଛାଡ଼ି ଚମ୍ପଟ ମାରିଥିଲା ଡ୍ରାଇଭର । ବଡ଼ କଥା ହେଉଛି, ଯେଉଁ ଗାଡ଼ିଟି ଧରାପଡ଼ିଛି, ସେହି ଗାଡ଼ିର ନମ୍ବର ପ୍ଲେଟରେ ଲେଖାଯାଇଛି ‘PWD, ଭାରତ ସରକାର’ ବୋଲି ।
ତେବେ ଏହା ବାସ୍ତବରେ ସରକାରୀ ଗାଡ଼ି ନା ଗଂଜେଇ ଚୋରାଚାଲାଣବେଳେ ଧରାନପଡ଼ିବା ପାଇଁ ଫନ୍ଦି କରି ନମ୍ବର ପ୍ଲେଟରେ ‘PWD, ଭାରତ ସରକାର’ ବୋଲି ଲେଖାଯାଇଛି, ସେନେଇ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)