Advertisment

Gangster Wife Dies: ମହଙ୍ଗା ପଡ଼ିଲା ପ୍ରେମ, ମାରିବାକୁ ଖୋଜୁଛନ୍ତି ସୁଟର୍

ମହାରାଷ୍ଟ୍ର ନାଗପୁରର ଜଣାଶୁଣା କୁଖାତ୍ୟ ଇପ୍ପା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ସଦସ୍ୟ ଅର୍ସଦ ଟୋପି। ତା’ପଛରେ ଏବେ ୪୦ ସୁଟର୍‌ ପଡିଛନ୍ତି। ତାଙ୍କୁ ଜୀବନ୍ତ କିମ୍ବା ମୃତ ଧରିବାକୁ ଜାରି ହୋଇଛି ଫରମାନ୍‌।

ଅଦ୍ୟତନ ହୋଇଛି
Gangster Don Wife Dies

Gangster Don Wife Dies

Advertisment

ବିଶ୍ୱାସ ଘାତକ। ଯାହାର ଲୁଣ ଖାଉଥିଲା, ତାହାର ବିଶ୍ୱାସରେ ଦେଉଥିଲା ବିଷ। ଯାହା ଟଙ୍କାରେ ପୋଷୁଥିଲା ପେଟ, ତାକୁ ମାରୁଥିଲା ଲାତ। କରୁଥିଲା ଗଦ୍ଦାରି। ଜି ହଜୁର, ଜି ହଜୁର କହି ବୁଲୁଥିଲା। ଆଉ ଗ୍ୟାଙ୍ଗରେ ରହି ଡନ୍‌ର ସ୍ତ୍ରୀକୁ କରିଥିଲା ପ୍ରେମ। ଲୁଚିଛପି ଯାଉଥିଲା ରୋମାଣ୍ଟିକ ଡେଟ୍‌।

Advertisment

ଡନ୍‌କୁ ନଥିଲା ଏସବୁ ଖବର । ଏପରି ଚାଲିଥିଲା ଉଭୟ ଚୋରା ପିରତି । ହେଲେ ଏହା ବେଶୀ ଦିନ ତିଷ୍ଟି ନଥିଲା। ଡେଟ୍‌ରେ ଗଲା ବେଳେ ଦୁର୍ଘଟଣାରେ ଚାଲିଯାଇଥିଲା ପ୍ରେମିକା ଓରଫ ଡନ୍‌ ସ୍ତ୍ରୀର ଜୀବନ। ତା’ ପରେ ସବୁ ହୋଇଯାଇଥିଲା ଗୋଳମାଳ। ଏବେ ସେହି ଧୋକାବାଜ ସଦସ୍ୟଙ୍କୁ ଖୋଜୁଛନ୍ତି ୪୦ ସୁଟର୍‌।

ଅଧିକ ପଢ଼ନ୍ତୁ: ଅନ୍ଧବିଶ୍ୱାସ କବଳରେ ଫସି ଚାଲିଗଲା ଜୀବନ, ପାଇଖାନା ପାଣି ପିଆଇ ତଣ୍ଟି ଚିପି ଦେଲା ତାନ୍ତ୍ରିକ

Advertisment

ମହାରାଷ୍ଟ୍ର ନାଗପୁରର ଜଣାଶୁଣା କୁଖାତ୍ୟ ଇପ୍ପା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ସଦସ୍ୟ ଅର୍ସଦ ଟୋପି। ତା’ପଛରେ ଏବେ ୪୦ ସୁଟର୍‌ ପଡିଛନ୍ତି। ତାଙ୍କୁ ଜୀବନ୍ତ କିମ୍ବା ମୃତ ଧରିବାକୁ ଜାରି ହୋଇଛି ଫରମାନ୍‌। ଆଉ ଏହି ଫରମାନ୍‌ ଜାରି କରିଛି ଖୋଦ୍‌ ଗ୍ୟାଙ୍ଗ ମୁଖଆ ତଥା ଡନ୍‌।

ପୋଲିସ ସୂଚନା ମୁତାବକ, ଅର୍ସଦ ଟୋପି କୁଖ୍ୟାତ ଇପ୍ସା ଗ୍ୟାଙ୍ଗରେ କରୁଥିଲା କାମ। ଏହି ସବୁ ଭିତରେ ଡନ୍‌ର ସ୍ତ୍ରୀ ସହ ହୋଇଥିଲା ପ୍ରେମ। ଡନ୍‌ ଓ ଅନ୍ୟ ଗ୍ୟାଙ୍ଗର ସଦ୍ୟସଙ୍କଠାରୁ ଲୁଚିଛପି ପ୍ରେମିକାକୁ ଭେଟୁଥିଲେ ଅର୍ସଦ। ଏହାସହ ରୋମାଣ୍ଟିକ ଡେଟ୍‌ରେ ବି ଯାଉଥିଲେ। ଏସବୁ ଅଛପା ଥିଲା ଡନ୍‌କୁ।

Advertisment

ଜୁଲାଇ ୩ ତାରିଖ ଗୁରୁବାର। ସବୁ ଦିନ ପରି ଡେଟ୍‌ରେ ବାହାରି ଥିଲେ ଅର୍ସଦ ଓ ତାଙ୍କ ପ୍ରେମିକା। ହେଲେ ବାଟରେ ଘଟିଥିଲା ଦୁର୍ଘଟଣା। ତାଙ୍କ ବାଇକ୍‌ ସହ ଜେସିବି ଧକ୍କା ହୋଇଥିଲା । ଗୁରୁତର ହୋଇଥିଲେ ଅସର୍ଦଙ୍କ ପ୍ରେମିକା। ପରେ ତାଙ୍କୁ ନାଗପୁର ମେଡିକାଲକୁ ନେଇଥିଲେ ଅସର୍ଦ । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ପ୍ରେମିକାର ମୃତ୍ୟୁ ହୋଇଥିଲା।

ଏହା ପରେ ଘଟଣାର ଆସିଥିଲା ଟ୍ୱିଷ୍ଟ। ସ୍ତ୍ରୀ ମରିଯାଇଥିବା ଖବର ଡନ୍‌ କାନରେ ପଡିଥିଲା। ଆଉ ଅସର୍ଦର ପ୍ରେମ କାହାଣୀ ବିଷୟରେ ବି ଜାଣିପାରିଥିଲା। ସ୍ତ୍ରୀକୁ ଜାଣିଶୁଣି ଅର୍ସଦ ମାରିଦେଇଥିବା ସନ୍ଦେହ କରି ତାକୁ ଜୀବନ୍ତ କିମ୍ବା ମୃତ ଧରିବାକୁ ୪୦ ସୁଟର୍‌ ହାୟର କରିଥିଲା ଡନ୍‌।

ଏହା ଜାଣିବା ପରେ ଭୟରେ ପୋଲିସ ଶରଣରେ ପଶିଛି ଅର୍ସଦ। ଡିସିପି ଅଫିସ ପହଞ୍ଚି ସୁରକ୍ଷା ମାଗିଛି। ପୋଲିସ ମଧ୍ୟ ସ୍ଥିତିର ସମ୍ଭେଦନ ଶୀଳତାକୁ ଦେଖି ଏହାକୁ ଦୁର୍ଘଟଣା ବୋଲି କହିଛି।

ନାଗପୁର ରାସ୍ତାରେ ଯେକୌଣସି ସମୟରେ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ବିବାଦ ହୋଇପାରେ ବୋଲି ଆଶଙ୍କା କରି ପୂର ଆଲର୍ଟରେ ରହିଛି ପୋଲିସ।

ଅଧିକ ପଢ଼ନ୍ତୁ: ହନିମୁନ୍ ହରର୍‌: ସୋନମର ନାର୍କୋ ଟେଷ୍ଟ୍ ଦାବି କଲେ ରାଜାଙ୍କ ପରିବାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ