Advertisment

ରକ୍ତ ଜୁଡ଼ୁବୁଡ଼ୁ ଝିଅକୁ ଧରି ରାତି ସାରା ବୁଲିଲା ମା, ଅଭିଯୋଗ ରଖିବା ପରିବର୍ତ୍ତେ ଥାନାରୁ ଥାନା ଦୌଡ଼ାଇଲା ପୋଲିସ୍‌

ପୋଲିସ୍‌ର ଗୋଡ଼ ଧରିଲେ, ତଥାପି ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗ ରଖିଲେନି

author-image
Prangyan Parimita
ଅଦ୍ୟତନ ହୋଇଛି
Lucknow Gang Rape Case

tragic story

ହୃଦୟହୀନ ହୋଇଗଲା ପୋଲିସ୍‌ । ଖାକି ବର୍ଦ୍ଦି ତଳେ ସତରେ କ’ଣ ହୃଦୟ ନାହିଁ । ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ବେହୋସ୍‌ ହୋଇ ପଡ଼ିଥିବା ଦୁଷ୍କର୍ମ ପୀଡ଼ିତା ଝିଅକୁ ଧରି ନ୍ୟାୟ ମାଗୁଥିବା ମା’କୁ ଥାନାରୁ ଥାନା ଦୌଡ଼ାଇଲା ପୋଲିସ୍‌ ବିଭାଗ । କେହି କେହି ଅଭିଯୋଗ ରଖିବାକୁ ରାଜି ହେଲେନି । କିଏ କହୁଛି'ଏଇଟା ଗୌତମନଗ ପୋଲିସ ଷ୍ଟେସନର, ସେଠାକୁ ନିଅ'। ପୁଣି କିଏ କହୁଛି ' ଏଠାକୁ କାହିଁକି ଆସିଛ, ଏ ମାମଲା ବିଭୂତିଖଣ୍ଡ ପୋଲିସ ଷ୍ଟେସନର, ସେଠାକୁ ନେଇଯାଅ । ସେଠାକୁ ଗଲା ପରେ ପୋଲିସ୍‌ ବାବୁ କହିଲେ, ଏହି ମାମଲା ସୁଶାନ୍ତ ଗଲ୍ଫ ସିଟି ପୋଲିସ୍ ଷ୍ଟେସନ ଅଞ୍ଚଳର, କାରଣ ଦୁଷ୍କର୍ମ ସେଠାରେ ଘଟିଥିଲା, ସେଠାକୁ ନିଅ'। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଝିଅକୁ ଧରି ରାତିସାରା ବୁଲିଥିବା ଜଣେ ମା’ ନିଜର ଅସହାୟତା ବଖାଣିଛନ୍ତି ।

Advertisment

ଅକ୍ଟୋବର ୧୫ରେ ଗୋମତି ନଗରରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ନିଜେ ପଢ଼ି ସାରିବା ପରେ ପିଲାଙ୍କୁ ଟ୍ୟୁସନ ପଢ଼ାଇବା ପାଇଁ ଯାଇଥିଲେ । ଆଉ ଫେରିବା ପାଇଁ ଏକ ଅଟୋରେ ବସିଥିଲେ । ଅଟୋରେ ହିଁ ତାଙ୍କୁ ଜୋରଜବରଦସ୍ତି ଏକ ସ୍ଥାନକୁ ନିଆଯାଇଥିଲା । ଏକଥା ଜାଣିପାରି ସେ ଜୋରରେ ଚିତ୍କାର କରିଥିଲେ । ଜଣେ ଯୁବକ ତାଙ୍କୁ କିଛି ଶୁଙ୍ଘାଇ ଦେଇଥିଲା । ପରେ ଦୁଇ ଜଣ ଯୁବକ ତାଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ । ଆଉ ତା’ପରେ ଏକ ଛକ ନିକଟରେ ଫୋପାଡ଼ି ଚାଲିଯାଇଥିଲେ । ଆଉ ସେହି ସ୍ଥାନରୁ ମାତ୍ର ୧୦୦ ମିଟର୍‌ ଦୂରରେ ଥିଲା ଏକ ଥାନା । ଦୁଷ୍କର୍ମ ପରେ ନାବାଳିକା ଜଣକ ବେହୋସ୍‌ ହୋଇଯାଇଥିଲେ ।

ନାବାଳିକା ଜଣକ ପଡ଼ିଥିବା ଅବସ୍ଥାରେ ପଙ୍କଜ ନାମକ ଜଣେ ଯୁବକ ତାଙ୍କୁ ଦେଖି ପାରିଥିଲେ । ଆଉ ନାବାଳିକାଙ୍କୁ ଉଠାଇ କୌଣସି ମତେ ତାଙ୍କ ଠାରୁ ଫୋନ୍‌ ନମ୍ବର ଆଣି ମା’ଙ୍କୁ ଫୋନ୍‌ କରିଥିଲେ ଓ ପୋଲିସ୍‌କୁ ବି ଏକଥା ଜଣାଇଥିଲେ । ହେଲେ ଦୁଇ ଜଣ ପୋଲିସ୍‌ ଆସି କିଛି ସମୟ ପଚରାଉଚରା କରିବା ପରେ ଚାଲିଯାଇଥିଲେ । କାରଣ ତାଙ୍କ ଥାନା ଅଧିନରେ ଘଟଣା ଆସୁନଥିଲା ।

Advertisment

ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କ ମା’ ଝିଅ ପାଖରେ ପହଞ୍ଚିଥିଲେ । ଆଉ ଥାନାରୁ ଥାନା ବୁଲିବା ପରେ ମଧ୍ୟ କେହି ତାଙ୍କର ଅଭିଯୋଗ ରଖି ନଥିଲେ । ପୀଡିତା ଜଣକ ଯୌନପିଶାଚଙ୍କ ଶିକାର ହୋଇ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲେ । ଶରୀର ସାରା ଖଣ୍ଡିଆଖାବରା । ମା’ ଥାନାକୁ ଥାନା ଯାଇ ପୋଲିସ୍‌ ବାବୁଙ୍କ ଗୋଡ଼ ଧରି ମାମଲା ରୁଜୁ କରିବା ପାଇଁ କହୁଥିଲେ । କିନ୍ତୁ ରାତିରେ ଚାଲିଥିଲା ପୋଲିସ୍ ପୋଲିସ୍ ଖେଳ ।  ଆମ ଥାନା ଅଧିନରେ ଆସୁନି କହି ଫେରାଇ ଦେଉଥିଲେ । ଶେଷରେ ପ୍ରାୟ ୧୮ଘଣ୍ଟା ବୁଲିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ପରେ ଯୁବତୀଙ୍କ ଚିକିତ୍ସା ପାଇଁ ଡାକ୍ତରେଖାନାରେ ଭର୍ତ୍ତି କରାଯାଇଛି ।

ଏବେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ରହିଛି । ଦୁଷ୍କର୍ମ ହୋଇଥିବା ଅଟୋକୁ ମଧ୍ୟ ଜବତ କରାଯାଇଛି । ଅଭିଯୋଗ ଆଧାରରେ ଛାନଭିନ୍ କରୁଛି ପୋଲିସ୍ । ଗିରଫ ଅଭିଯୁକ୍ତକୁ ବର୍ତ୍ତମାନ ପଚରାଉଚରା କରାଯାଉଛି ।

Rape
Advertisment
Advertisment