• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା) : ରାତି ଅଧରେ ଧମାଧମ୍ ଜୁଆ ଖେଳ । ପେଟ୍ରୋଲମାକ୍ସ ଲାଇଟ୍ ଆଲୁଅରେ ବିଲ ମଝିରେ ଜୁଆଖେଳ ଚାଲିଛି । ଠିକିରି, ଚିଡିଆ ଭଳି ବିଭିନ୍ନ ଚିହ୍ନ ଉପରେ ଟଙ୍କା ଲଗାଇ ଜୁଆଖେଳରେ ମସଗୁଲ ଲୋକମାନେ । କେବଳ ଜୁଆଖେଳ ନୁହେଁ ତାସାଙ୍ଗକୁ ଚାଲିଛି ରଂଗୀନ ନୃତ୍ୟ । ସଂସ୍କୃତି ନାଁରେ ଏଠି ଚାଲିଛି ଅପସଂସ୍କୃତି । ଏହି ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପଲାସ ଗାଁର ।

ପଲାସ ଗାଁରେ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଉ ଏହାକୁ ଉପଭୋଗ କରୁଥିଲେ ହଜାର ହଜାର ପୁରୁଷ ଓ ମହିଳା । ଅନ୍ୟପଟେ ଏକ ମଂଚରେ ଚାଲିଥିଲା ଯୁବତୀଙ୍କ ରଂଗୀନ ନୃତ୍ୟ ଓ ପାଖରେ ବିଲ ମଝିରେ ଚାଲିଥିଲା ଜୁଆଖେଳ । ଯାତ୍ରା ନାଁରେ ପଲାସ ଗାଁରେ ଆୟୋଜନ କରାଯାଇଥିଲା ଏଭଳି ଜୁଆଖେଳ । କେବଳ ପଲାସ ନୁହେଁ ଉଲୁଣ୍ଡା ଥାନାର ଏସ.ପତ୍ରାପାଲି ସମେତ ଅନେକ ଗାଁରେ ଚାଲିଛି ଏଭଳି ଜୁଆଖେଳ ।

ଉଭୟ ବୀରମହାରାଜପୁର ଏବଂ ଉଲୁଣ୍ଡା ଥାନା ଅଂଚଳରେ ଆଜି ମଧ୍ୟ କାଳି ପୂଜା ଆଳରେ ବିଭିନ୍ନ ସ୍ଥାନରେ ଏଭଳି ଜୁଆଖେଳ ହେବାନେଇ ସୂଚନା ମିଳିଛି । ମହାମାରୀ କରୋନା ପାଇଁ ଲୋକଙ୍କ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଏଭଳି ସମୟରେ ଅସାଧୁ ପୋଲିସ କର୍ମଚାରୀଙ୍କୁ ହାତେଇ ଖୁଲମଖୁଲ୍ଲା ଚାଲିଛି ଜୁଆଖେଳ । ଏଭଳି କିଛି ଭିଡଓ ଏବେ ଭାଇରାଲ ହେବାପରେ ବିଭିନ୍ନ ମହଲରେ ପୋଲିସର କାର୍ଯ୍ୟକଳାପକୁ ନିନ୍ଦା କରାଯାଇଛି ।