• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଖିବାକୁ ଅବିକଳ ଚକୋଲଟେ ଭଳି । ଉପରୁ ଭାରି ସୁନ୍ଦର ଆଉ କ୍ୟୁଟ୍‌ ଦେଖାଯାଉଛି । ହେଲେ ବାସ୍ତବରେ ଏହା ଛୋଟ ପିଲା ଖାଇଲା ଭଳି ଚକୋଲେଟ୍ ନୁହେଁ । ଏହା ଗଞ୍ଜେଇ । କହିବାକୁ ଗଲେ ବଜାରରେ ଏବେ ଚକୋଲେଟ ବେଶରେ ମିଳୁଛି ଗଞ୍ଜେଇ । ଏମିତିକି ଆମେ କହିପାରିବା ବଜାରରେ ମିଳୁଛି ଗଞ୍ଜେଇ ଚକୋଲେଟ୍ । ଆପଣ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

କର୍ଣ୍ଣାଟକର ମାଙ୍ଗଲୁରୁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏମିତି ଚକୋଲେଟ୍ ବେଶରେ ଗଞ୍ଜେଇ ବିକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଆପଣ ପୂର୍ବରୁ ଗଞ୍ଜେଇ ଚାଲାଣ ନେଇ ଅନେକ କାହାଣୀ ଶୁଣିଥିବେ । କେମିତି ଗଞ୍ଜେଇକୁ ଭିନ୍ନ ଭିନ୍ନ ରୂପରେ ବା ଉପାୟରେ ଚାଲାଣ କରାଯାଏ । କିନ୍ତୁ ଏଠାରେ ଦୋକାନରେ ଗଞ୍ଜେଇ ବିକ୍ରି ପାଇଁ ଏକ ଅଭିନବ ଉପାୟ ଆପଣାଇଥିଲେ ବ୍ୟବସାୟୀ । ଚକୋଲେଟ୍‌ ଜରିରେ ଗଞ୍ଜେଇ ରଖି କରୁଥିଲେ ବିକ୍ରି ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯଦି ଏତେ ଚତୁରତାର ସହ ସେ ଗଞ୍ଜେଇ ରଖିଥିଲେ ବା ବିକୁଥିଲେ ତେବେ ଧରାପଡ଼ିଲେ କେମିତି ? ଏହାର ଉତ୍ତର ହେଲା, କିଛି କୁନି ଛୁଆ ସେହି ଚକୋଲେଟ ଦେଖି ଯେତେବେଳେ ତାକୁ ଖାଇବା ପାଇଁ ବାପା ମାଆଙ୍କ ପାଖରେ ଅଳି କଲେ । ସେତେବେଳେ ଏକଥା ସାମ୍ନାକୁ ଆସିଥିଲା । ପିଲାମାନେ ସେହି ଚକୋଲେଟ ମାଗିବା ପରେ ବି ଦୋକାନୀ ଦେବା ପାଇଁ ମନା କରିଥିଲା । ଯେଉଁଥିରେ ଅଭିଭାବକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ତାପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ ।

 ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଚକୋଲେଟ୍ ଜବତ କରିବା ସହ ଉକ୍ତ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି । ଏହି ଖବର ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଏହା ଗଞ୍ଜେଇ ବିକିବାର ଏକ ନୂଆ ଉପାୟ । ପୂର୍ବରୁ କେବେ ଏଭଳି ଖବର ସାମ୍ନାକୁ ଆସିନଥିଲା । 

ବ୍ୟବସାୟୀ ଜଣକ ଏହି ଗୋଟିଏ ଚକୋଲେଟକୁ ୨୦ ଟଙ୍କା ନେଉଥିଲେ ବୋଲି ପୋଲିସ କହିଛି । ବ୍ୟବସାୟୀଙ୍କଠାରୁ ପ୍ରାୟ ୧୨୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ସେଥିମଧ୍ୟରେ ୮୫ କିଲୋ ଗଞ୍ଜେଇ ଚକୋଲେଟ୍ ରହିଛି । 

 

ମାଙ୍ଗାଲୁରୁ ପୋଲିସ କମିଶନରଙ୍କ କହିବାନୁଯାୟୀ, ଏହି ଗଞ୍ଜେଇ ଚକୋଲେଟ ଉତ୍ତର ଭାରତ ତଥା ବିଶେଷ କରି ଉତ୍ତର ପ୍ରଦେଶରେ ପ୍ରସ୍ତୁତ ହେଉଛି ।