/odishatv-khabar/media/post_attachments/uploadimage/library/16_9/16_9_0/job_fraud_1758018670.jpg)
job fraud
ଭୁବନେଶ୍ବର : ସରକାରୀ ଚାକିରି ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନରେଶ ବାରିକ ଓରଫ ବୁଟୁକୁ ଗିରଫ କରାଯାଇଛି । ଅଭିଯୁକ୍ତର ଘର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ପ୍ରଗତି ବିହାରରେ । କେତବେଳେ ନିଜକୁ ନାଲକୋ ଏଜିଏମ ତ ଆଉ କେତବେଳେ ରିଲାଏନ୍ସ ଭି.ପି ଭାବେ ପରିଚୟ ଦେଇ ଠକେଇ । ନାଲକୋରେ ଚାକିରି ଦେବାକୁ କହି ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି । ପ୍ରତିବଦଳରେ ସେ ଚାକିରି ଆଶାୟୀଙ୍କୁ ଜାଲ ଡକ୍ୟୁମେଣ୍ଟ ଦେଇଥିଲା । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ ଦେଇଥିବା ଅଭିଯୋଗ ହୋଇଛି ।
Advertisment
ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ଠକେଇର ଶିକାର ଯୁବକ ସର୍ବେଶ୍ୱର ସାମଲ ଭୁବନେଶ୍ବର ବଡଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ନରେଶ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଠକେଇ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀପ ଭଟ୍ଟକୁ ଖୋଜୁଛି ପୋଲିସ । ତେବେ ଏହି ପ୍ରସଙ୍ଗରେ ନାଲକୋ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)