Advertisment

Matrimonial Fraud: ବିବାହ ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଠକ କନ୍ୟା ଓ ଶାଳକ ଗିରଫ

ବିବାହ କରିବାକୁ କନ୍ୟା ଖୋଜୁଛନ୍ତି କି ? ହୁସିଆର ! କାରଣ ମାତିଛନ୍ତି ଫ୍ରଡ୍ । ବିବାହ କରିବାକୁ ସମ୍ବଲପୁର ଆସିଥିବା ମଧ୍ୟପ୍ରଦେଶ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି । ବିବାହ ପୂର୍ବରୁ ସପିଂ ନାଁରେ ଠକେଇ କରି ୨ ଜଣ ଗିରଫ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Marriage Fraud

Marriage Fraud

Advertisment

ବିବାହର ପ୍ରଲୋଭନ ଦେଖାଇ ଠକିନେଲେ । ବିବାହ କରିବା ବାହାନାରେ ମଧ୍ୟପ୍ରଦେଶର ଜଣେ ଯୁବକଙ୍କଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ସମ୍ବଲପୁର କ୍ଷେତରାଜପୁର ଥାନା ପୋଲିସ। ସେମାନଙ୍କ ନିକଟରୁ ୧ ଲକ୍ଷ ୨୧ ହଜାର ଟଙ୍କା ଜବତ କରି ଅଭିଯୋଗକାରୀଙ୍କୁ ଫେରାଇଛି ପୋଲିସ। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବୁର୍ଲା ଗୋଶାଳା ଅଞ୍ଚଳର ରାଜଲକ୍ଷ୍ମୀ ମିଶ୍ର ଓ ସୋନପୁର ଜିଲ୍ଲାର ମହେନ୍ଦ୍ର ଦୀପ ।

Advertisment

ସୂଚନା ଅନୁସାରେ, ଏମାନେ ଦୁଇ ଜଣ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ କିଛି ଦିନ ହେଲା ରଶ୍ମୀ ପଣ୍ଡା ଓ ସଞ୍ଜୟ ପଣ୍ଡା ନାଁରେ ମିଛ ଭାଇ-ଭଉଣୀ ପରିଚୟ ଦେଇ ରହୁଥିଲେ। ଏହି ସମୟରେ ମଧ୍ୟପ୍ରଦେଶର ରଞ୍ଜିତ ସାହୁ ନାମକ ଯୁବକଙ୍କୁ ମିଛ ବିବାହ ପ୍ରସ୍ତାବ ଦେଇ କନ୍ୟା ଓ ତାଙ୍କ ଭାଇ ଭାବେ ଯୋଗାଯୋଗ କରିଥିଲେ ଉଭୟ। ଗତ ୨୦ ତାରିଖ ଦିନ ରଂଜିତ ସାହୁ ନିଜ ପରିବାର ସହ କନ୍ୟା ଦେଖିବାକୁ ସମ୍ବଲପୁର ଆସିଥିବାବେଳେ ସମଲେଇ ଘାଟ ନିକଟରେ ସାକ୍ଷାତ ହୋଇଥିଲା । ତେବେ ବିବାହ ଭୋଜି ଓ ଲୁଗାପଟା କିଣିବା ବାହାନାରେ ସେମାନେ ବର ପକ୍ଷଠାରୁ ନଗଦ ୧ ଲକ୍ଷ ୪୦ ହଜାର ଟଙ୍କା ନେବା ପରେ ଫେରାର ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ଅଧିକ ପଢନ୍ତୁ :  ଗୋଟିଏ କନ୍ୟାକୁ ୨୫ ବର, ବାନ୍ଧିଲା ପୋଲିସ...

Sambalpur Marriage Fraud Matrimonial Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ