• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜାଲ ସାର୍ଟିଫିକେଟରେ ଚାକିରି କରି  ବିଦା ହେଲେ ୪ ଶିକ୍ଷକ । ବଲାଙ୍ଗିର ଜିଲ୍ଲାରେ ଜାଲ୍‌ ସାର୍ଟିଫିକେଟର ଚେର ମାଡ଼ିଥିବା ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ପୁରୀ ଜିଲ୍ଲାରେ ମଧ୍ୟ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ପୁରୀ ଜିଲ୍ଳା କୃଷ୍ଣପ୍ରସାଦ ବ୍ଲକରେ କାର୍ଯ୍ୟରତ ୪ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ମୁଖ୍ୟ ଶିକ୍ଷାଧୀକାରୀ ।

କୃଷ୍ଣପ୍ରସାଦ ବ୍ଳକ୍ ଖିରିସାହି ପିୟୁପିଏସ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ସରକାରୀ ପିପିଏସ ବିରିପଦର ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ସିପିଏସର ସୌଦାମିନୀ ପ୍ରଧାନ ଏବଂ ଚର୍ଚ୍ଚିକା ୟୁଜିଓପି ସ୍କୁଲର ନନ୍ଦ କିଶୋର ସେଠୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ଏହି ୪ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆସିବା ପରେ ପ୍ରାୟ ବର୍ଷେ ହେବ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଯାଇଥିଲା ।

ଯାଞ୍ଚର ଫଳାଫଳ ଆସିବା ପରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି । ଏହାପରେ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚକୁ ବି ଚିଠି କରି ଅବଗତ କରାଯାଇଛି । ପୂର୍ବରୁ ମଧ୍ୟ ଏହିଭଳି ସମାନ ଅଭିଯୋଗରେ ୪ଜଣ ଶିକ୍ଷକଙ୍କୁ ବହିଷ୍କାର କରିଥିଲେ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ।