Advertisment

Former Kujang IIC Tapan Nahak Suspended: କାଳ ହେଲା ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ; ଗିରଫ ହେଲେ ରସିକିଆ ଥାନା ବାବୁ...

ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକ ଗିରଫ ହୋଇଛନ୍ତି। ସରକାରୀ ପଦ ମର୍ଯ୍ୟାଦା କ୍ଷୁଣ୍ଣ ଅଭିଯୋଗରେ ପ୍ରଥମେ ତାଙ୍କୁ ନିଲମ୍ବନ କରାଯାଇଥିଲା।

Former Kujang IIC Tapan Nahak Suspended

Former Kujang IIC Tapan Nahak Suspended

Advertisment

ଗିରଫ ହେଲେ ରସିକିଆ ଥାନା ବାବୁ। ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକ ଗିରଫ ହୋଇଛନ୍ତି। ସରକାରୀ ପଦ ମର୍ଯ୍ୟାଦା କ୍ଷୁଣ୍ଣ ଅଭିଯୋଗରେ ପ୍ରଥମେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଜଣେ ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ ପାଇଁ ବିବାଦୀୟ ହୋଇଥିଲେ। 

Advertisment

ଅଭିଯୋଗ ଅନୁସାରେ, ଜଗତସିଂହପୁର ଥାନାରେ ଆଡିସନାଲ୍ ଆଇଆଇସି ଥିବାବେଳେ ବିବାହ ପ୍ରତିଶ୍ରୁତି ଦେଇ ଜଣେ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ତପନ । ପରେ ବିବାହ କରିବାକୁ କହିବାରୁ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ମହିଳା ହୋମଗାର୍ଡ ଜଣଙ୍କ ଜଗତସିଂହପୁର ସଦର ଥାନାରେ ଏତଲା ଦେବାପରେ ଏତଲା ଦେବା ପରେ ଅଭିଯୁକ୍ତ ଥାନା ଅଧିକାରୀ ଫେରାର ହୋଇଯାଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମହିଳା ହୋମଗାର୍ଡଙ୍କ ବୟାନ ରେକର୍ଡ କରାଯାଇଛି। 

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ

Advertisment

ତେବେ ଏହାପରେ ଫେରାର ଅପରାଧିଙ୍କୁ ଧରୁଥିବା ଅଭିଯୁକ୍ତ ଥାନା ଅଧିକାରୀ ଫେରାର ହୋଇ ଯାଇଥିଲେ । ତେବେ ଜଗତସିଂହପୁର ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତାଙ୍କୁ ଖୋର୍ଦ୍ଧାରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ । ଆଉ ଉଭୟଙ୍କୁ ଏକ ୯ ଜଣିଆ ଟିମ ଜେରା କରିଥିଲେ । ସମୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

ସେପଟେ ଏହି ସାଂଘାତିକ ଅଭିଯୋଗ ନେଇ ତଦନ୍ତ ଚାଲୁଥିବା କହିଛନ୍ତି ଜଗତସିଂହପୁର ଏସପି । ଅନ୍ୟପଟେ ଏନେଇ ସଂପୃକ୍ତ IIC ଓ ମହିଳା ହୋମଗାର୍ଡଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଭିଯୋଗ ପଛରେ କେତେ ସତ୍ୟତା ଅଛି ସେନେଇ ଖୋଳତାଢ ଆରମ୍ଭ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଡ ଅଭିଯୋଗ ଆଣିଲେ ବାପା

 

Iic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ