Advertisment

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ନିଖୋଜ, ସ୍ତ୍ରୀ କହିଲେ- ‘ଅଫିସ୍‌ ଟେନ୍‌ସନ୍‌ରେ ରହୁଥିଲେ..’

କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ? ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ପତ୍ନୀ ଥାନାରେ ଏତଲା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Former Council Chairman's Son Missing

Former Council Chairman's Son Missing

କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲା ର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗୋଙ୍କ ପୁଅ ଆଶୁତୋଷ ଗମାଙ୍ଗୋ ? ଆଜକୁ ୫ ଦିନ ହେଲାଣି ଆଶୁତୋଷଙ୍କର ପତ୍ତା ମିଳୁନି। ଆଶୁତୋଷ ରାୟଗଡା ଓଡ଼ିଶା ୱେୟାର୍‌ ହାଉସ୍‌ରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ପରେ ସେଠାରୁ ଭବାନୀପାଟଣାକୁ ସ୍ଥାନାନ୍ତର ହୋଇଥିଲା।

Advertisment

ଭବାନୀପାଟଣାରେ ୨୦୨୨ ମସିହା ଜାନୁଆରୀ ୭ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୁଣି ୩ ମାସ କାମ କରିବା ପରେ ସେଠାରୁ କେସିଙ୍ଗା ବଦଳି କରାଯାଇଥିଲା। ହେଲେ ବଦଳି ପରେ ସେଠାରେ ଯୋଗ ନଦେଇ ୨୦୨୨ ମାର୍ଚ୍ଚ ୪ ତାରିଖ ଠାରୁ ଆଶୁତୋଷ ଛୁଟିରେ ଥିଲେ। ଏହାରି ଭିତରେ ବଦଳି ବାତିଲ୍‌ କରିବା ପାଇଁ ସେ ଲାଗିଥିଲେ।

ମାତ୍ର ଗତ ୭ ତାରିଖରେ ଆଶୁତୋଷଙ୍କ ପାଖକୁ ଆସିଥିଲା ଏକ ଚିଠି। ୭ ଦିନ ମଧ୍ୟରେ ବଦଳି ହୋଇଥିବା ସ୍ଥାନରେ ଜଏନ୍ ନହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଉଲ୍ଲେଖ ଥିଲା। ପରେ ୮ ତାରିଖ ସକାଳ ୫ଟା ସମୟରୁ ରାୟଗଡାର ଏଲଆଇସି କଲୋନୀ ଘରୁ ସେ କୁଆଡ଼େ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ଆଶୁତୋଷଙ୍କ ପତ୍ନୀ ଥାନାରେ ଏତଲା ଦେଇଛନ୍ତି। କିଛି ମାସ ପୂର୍ବରୁ ଧମକ ପୂର୍ଣ୍ଣ ଚିଠି ଆସିଥିବା ନେଇ ମଧ୍ୟ ଆଶୁତୋଷଙ୍କ ପତ୍ନୀ ଏତଲାରେ ଦର୍ଶାଇଛନ୍ତି। ସ୍ୱାମୀଙ୍କୁ ଖୋଜି ଆଣିବା ଲାଗି ପତ୍ନୀ ନିବେଦନ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ। 

Missing Missing Case
Advertisment
Advertisment