Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଧୋତି ବଦଳରେ ପ୍ୟାଣ୍ଟ ପିନ୍ଧାଇଲା କିଏ?

ମହାପୁରୁଷଙ୍କ ପ୍ରତି ଅନୁଗୁଳ ପୌରପାଳିକାର ସମ୍ମାନବୋଧତା ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ସହରର ଜନସାଧାରଣ । ଖାଲି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବରଂ ଅନୁଗୁଳ ଜିଲ୍ଲାର ଅନ୍ୟତମ ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ଉପ- ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ବିକୃତ କରିଛି ପୌର ପ୍ରଶାସନ

ଅଦ୍ୟତନ ହୋଇଛି
Former Odisha CM Nabakrushna Choudhury

Former CM

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ । ଧୋତି ବଦଳରେ ପିନ୍ଧାଇ ଦେଲେ ପ୍ୟାଣ୍ଟସାର୍ଟ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯିବାକୁ ନେଇ ତେଜିଲା ବିବାଦ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପ୍ୟାଣ୍ଟସାର୍ଟ ପିନ୍ଧାଇ ଦେଇଛି ପୌର ପ୍ରଶାସନ। ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୁଳ ପୌରପାଳିକାର ଗୋପବନ୍ଧୁ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ୟାଣ୍ଟ ଶାର୍ଟ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପନା ହୋଇଥିବାବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

Advertisment

ମହାପୁରୁଷଙ୍କ ପ୍ରତି ଅନୁଗୁଳୁ ପୌରପାଳିକାର ସମ୍ମାନବୋଧତା ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ସହରର ଜନସାଧାରଣ । ଖାଲି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବରଂ ଅନୁଗୁଳ ଜିଲ୍ଲାର ଅନ୍ୟତମ ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ଉପ- ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ବିକୃତ କରିଛି ପୌର ପ୍ରଶାସନ ।

ଅଧିକ ପଢ଼ନ୍ତୁ: ବରପୁତ୍ରଙ୍କୁ ଇଏ କି ସମ୍ମାନ ? ବିଲାତି ପୋଷାକରେ ସ୍ୱାଧୀନତା ସଂଗ୍ରାମୀ

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଧୋତି ପିନ୍ଧୁଥିବା ବେଳେ ସେମାନଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟସାର୍ଟ ପିନ୍ଧାଯାଇଥିବାରୁ ବଢିଛି ଚର୍ଚ୍ଚା । ଅସନ୍ତୋଷ ତେଜିବା ପରେ ଅବଶ୍ୟ ନିଜ ଭୁଲକୁ ସଂଶୋଧନ କରିଥିଲା ପ୍ରଶାସନ । ହେଲେ ଏମିତି ଗୁରୁଚଣ୍ଡାଳ ଭୁଲ ଏତିକିରେ ଅଟକିନି ବରଂ କିଛି ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ ମଧ୍ୟ ଭୁଲ ଲେଖାଯାଇଥିବା ଦେଖାଯାଇଛି । ତେଣୁ ଅବିଳମ୍ବେ ପ୍ରତିମୂର୍ତ୍ତିରେ ଖଦି କପଡ଼ା ଘୋଡ଼ାଇବାକୁ ନିଷ୍ପତ୍ତି ନେଇଛି ସଚେତନ ନାଗରିକ ମଂଚ ।

କେବଳ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି ତାହା ନୁହେଁ ନବକୃଷ୍ଣ ଚୌଧୁରୀଙ୍କ ବାସଭବନକୁ ନେଇ ମଧ୍ୟ ଦେଖାଯାଇଛି କେଁ । ବିଧାନସଭାରେ ଏନେଇ ଆଲୋଚନା ହେବା ପରେ ବି ତାଙ୍କ ଘରର ଅବସ୍ଥା ଦେଖିଲେ ଆପଣଙ୍କୁ ବି ଲଜ୍ଜା ଲାଗିବ । ଆଉ କହିବେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କଣ ଏମିତି ସମ୍ମାନ ଦିଆଯାଏ? ତେବେ ପୂରା ଘଟଣାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଏନେଇ ପୌରପାଳିକା ପକ୍ଷରୁ ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ