• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାବାଳିକା ଝିଅର ଶୋଇବା ଘରେ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କୁ ଦେଖିବା ପରେ ରାଗରେ ନିଆଁବାଣ ବାପା । କ’ଣ କରିବେ, କ’ଣ ନକରିବେ କିଛି ବୁଝି ପାରିଲେ ନାହିଁ . . ଆଉ ସେତିକି ବେଳେ ତାଙ୍କ ହାତରେ ପଡ଼ିଥିଲା ଏକ ବନ୍ଧୁକ । କାଳବିଳମ୍ବ ନକରି ସେ ତତ୍‌କ୍ଷଣାତ୍‌ ଉଭୟଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ହେଲେ ଏହି ଗୁଳିକାଣ୍ଡରେ କାହାର କୌଣସି କ୍ଷତି ହୋଇନାହିଁ । ବର୍ତ୍ତମାନ ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ମରଣାନ୍ତକ ଆକ୍ରମଣ ସମେତ ବିଭିନ୍ନ ଧାରାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲା ଆମେରିକାର ଫ୍ଲୋରିଡା ସହରର ଅଟେ ବୋଲି ଜଣାପଡ଼ିଛି ।

୪୪ ବର୍ଷୀୟ ଅଭିଯୁକ୍ତଙ୍କ ନାମ ଡେନେ ଭିକ୍ଟର ମିଲର । ଘଟଣା ଦିନ ସେ ତାଙ୍କ ଝିଅର ଶୋଇବା ଘରେ ଦୁଇ ଜଣଙ୍କୁ ଦେଖିଥିଲେ । ସେଥି ମଧ୍ୟରୁ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ଥିଲେ । ଏହା ଦେଖି ସେ ରାଗିଯାଇ ଉଭୟଙ୍କ ଉପରକୁ ଗୁଳି ଚଳାଇଲେ। ତା’ପରେ ସେ ନିଜେ ପୋଲିସକୁ ଡାକିଥିଲେ, ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ତେବେ ଉଭୟ ବ୍ୟକ୍ତି ମିଲରଙ୍କ ସହପାଠୀ ବୋଲି ଜଣାପଡ଼ିଛି । ପୋଲିସ୍‌ ଆଗରେ ଅଭିଯୁକ୍ତ ସ୍ୱୀକାର କରିଛି, ଦୁଇ ଜଣଙ୍କୁ ଝିଅ ରୁମରେ ଦେଖି ସେ ହିତାହିତ ଜ୍ଞାନ ହରାଇ ବସିଥିଲେ । ନିଶାରେ ଚୁର୍‌ ହୋଇ ସେମାନେ ମିଲର୍‌ଙ୍କ ଝିଅଙ୍କ ରୁମକୁ ପଶି ଯାଇଥିଲେ । 

ଭିକ୍ଟର ମିଲରଙ୍କ ଝିଅ ହିଁ ବାପାଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ । ତାଙ୍କ କୋଠରୀରେ କେହି ପ୍ରବେଶ କରିଥିବା କହିଥିଲେ । ହେଲେ କେହି କିଛି ବୁଝିବା ପୂର୍ବରୁ ମିଲର ଗୁଳି କରିବା ଆରମ୍ଭ କରିଥିଲେ । ଆଉ ଚିତ୍କାର କରି କହୁଥିଲେ, ମୁଁ ତୁମ ଦୁଇ ଜଣଙ୍କୁ ଛାଡ଼ିବି ନାହିଁ . . . ମାରିଦେବି।' ଆଉ ତା’ପରେ ସେ ଅତି ନିକଟରୁ ତିନି ଚାରି ରାଉଣ୍ଡ ଗୁଳି ଚଳାଇଥିଲେ ।

ଏହି ମାମଲାରେ ବର୍ତ୍ତମାନ ମିଲର୍ ଲି କାଉଣ୍ଟି ଜେଲରେ ଅଛନ୍ତି । ତାଙ୍କୁ ୧୦ ଏପ୍ରିଲରେ କୋର୍ଟରେ ହାଜର କରାଯିବ । ଅଭିଯୋଗ ପରେ ଘଟଣାର ଛାନଭିନ୍‌ ଆରମ୍ଭ ହୋଇଛି । ସେପଟେ ମିଲର୍‌ଙ୍କ ବିରୋଧରେ ଘାତକ ଅସ୍ତ୍ର ରଖିବା ତଥା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।