• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତରପ୍ରଦେଶ ମେନପୁରୀ ଜିଲ୍ଲାର କିଶନି ଥାନା ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ବଡ଼ ଭାଇ ହିଁ ପରିବାରର ସମସ୍ତଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏହି କାଣ୍ଡ ଘଟାଇ ସାରିବା ପରେ ନିଜକୁ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କରିଛି ଅଭିଯୁକ୍ତ । ଏଥିରେ ଆଉ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ଏହାସହ ପୋଲିସ ଅଧୀକ୍ଷକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

କିଶନି ଥାନା ଅଞ୍ଚଳର ଗୋକୁଲପୁର ଅରସରା ଗାଁରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି । ଗତକାଲି ସନ୍ଧ୍ୟାରେ ଏଠାକାର ବାସିନ୍ଦା ସୋନୁ ଓରଫ ଅରୁଣଙ୍କ ବିବାହ ଶେଷହେବା ପରେ ସମସ୍ତେ ଘରକୁ ଫେରିଥିଲେ । ବିବାହ ପରର ସମସ୍ତ ରୀତିନୀତି ପରେ ଘରର ସମସ୍ତ ସଦସ୍ୟ ଶୋଇପଡିଥିଲେ ।

ହେଲେ ରାତି ପ୍ରାୟ ୨ଟାରେ ସୋନୁଙ୍କ ବଡ ଭାଇ ଶିବବୀର ଟାଙ୍ଗିଆରେ ନିଜ ଭାଇ ସୋନୁ, ଭୁଲ୍ଲନ, ସୋନୁଙ୍କ ସ୍ତ୍ରୀ ସୋନୀ, ଭଉଣୀ ଜ୍ୱାଇଁ ସୌରଭ ସୋରାଭ ଏବଂ ତାଙ୍କ ବନ୍ଧୁ ଦୀପକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଏହା ପରେ ଶିବବୀର ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଅନ୍ୟପଟେ ଶିବବୀରଙ୍କ ସ୍ତ୍ରୀ ଡଲି ଏବଂ ମାଉସୀ ସୁଷମାଙ୍କୁ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧୀକ୍ଷକ ବିନୋଦ କୁମାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ୍‌ ସୂଚନା ଅନୁସାରେ, ଅଭିଯୁକ୍ତ ନୋଏଡାରେ ରହୁଥିବାବେଳେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ଭାଇର ବିବାହ ପାଇଁ ଘରକୁ ଆସିଥିଲା । ହେଲେ ଏବେ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ।