/odishatv-khabar/media/post_attachments/uploadimage/library/16_9/16_9_0/____1665389357.jpg)
FIR copy of film producer filed against lady blackmailer Archana Nag
ଲେଡି ବ୍ଲାକମେଲର୍ ଅର୍ଚ୍ଚନାଙ୍କ ନାଗ ଫାସର ଜାଲ ଧୀରେ ଧୀରେ ଖୋଲିବାରେ ଲାଗିଛି। ଯଦିଓ ଅର୍ଚ୍ଚନା ନାଗଙ୍କୁ ପୋଲିସ୍ ଗିରଫ କରିଛି, ହେଲେ ତାଙ୍କ ସହ ଥିବା ଯୁବତୀ ତଥା ପ୍ରଥମ ଅଭିଯୋଗକାରିଣୀ, କୁଆଡ଼େ ଗଲେ ? ସେନେଇ ଏବେ ପ୍ରଶ୍ନ ଉଠିଛି। ଭୁବନେଶ୍ୱର ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା। ତେବେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ୍ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା।
ସମାନ ଭାବେ ବ୍ଲାକ୍ମେଲିଂ ଅଭିଯୋଗ ଆଣି ଏହା ପୂର୍ବରୁ ନୟାପଲ୍ଲୀ ଥାନାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଥାନାରେ ଏତଲା ଦେଇଥିଲେ। ଜଣେ ଯୁବତୀ ତାଙ୍କୁ ବ୍ଲାକମେଲ୍ କରୁଥିବା ଅଭିଯୋଗ ଆଣି ଗତ ୩୦ ତାରିଖରେ ନୟାପଲ୍ଲୀ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଅର୍ଚ୍ଚନା ନାଗ ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲ୍ରେ ୩ କୋଟି ଟଙ୍କା ଡିଲ୍ କରିଥିଲେ। ଯାହାକି ଏତଲାରେ ଉଲ୍ଲେଖ କରାଯାଇଛି।
ଜଣେ ଯୁବତୀଙ୍କ ସହ ଭିଡିଓ ଥିବା କହି ଅର୍ଚ୍ଚନା, ଅକ୍ଷୟ ପରିଜାଙ୍କୁ ଟଙ୍କା ମାଗିଥିଲେ। ୩ କୋଟି ନଦେଲେ କାଟି ପିସ୍ ପିସ୍ କରିଦେବେ। ଏପରିକି ଭୁବନେଶ୍ୱରରୁ ଯାଇ ପାରିବନି ବୋଲି ଅର୍ଚ୍ଚନା ଧମକ ଦେଇଥିବା ଅକ୍ଷୟ ପରିଜା FIRରେ ଉଲ୍ଲେଖ କରିଛନ୍ତି। ନିଜକୁ ଓକିଲ ବୋଲି ପରିଚୟ ଦେଇ ଅର୍ଚ୍ଚନା ଏହି ଧମକ ଦେଇଥିଲେ।
ଏହା ପୂର୍ବରୁ ସୋସିଆଲ୍ ମିଡିଆରେ ସମ୍ପୃକ୍ତ ଯୁବତୀଙ୍କ ଭିଡିଓ ଭାଇରାଲ୍ ହୋଇଥିଲା। ତାଙ୍କୁ ଅଭିନେତ୍ରୀ କରିବା ଆଳରେ ଶାରୀରିକ ନିର୍ଯାତନା ଅକ୍ଷୟ ପରିଜା ଦେଇଥିବା ଅଭିଯୋଗ ହୋଇଥିଲା। ହେଲେ ଅର୍ଚ୍ଚନା ଗିରଫ ହେବା ପରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାର କ’ଣ ହେଲା ? ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗ ଯେଉଁ ଯୁବତୀଙ୍କ ଉପରେ ଥିଲା, ସେ ଏବେ କେଉଁଠି ? ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଛି। ଏନେଇ ସବୁ ଦିଗରୁ ତଦନ୍ତ ହେଉଥିବା ଡିସିପି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)