Advertisment

ନିଜ ନାଁରେ ନିଜେ ଏତଲା ଦେଲେ IIC, ଦଳିତ ଯୁବକଙ୍କୁ ଥାନାରେ ମାଡ଼ ମାରିଥିଲେ ପୋଲିସ୍‌ ବାବୁ...

ମହଙ୍ଗା ପଡ଼ିଲା ଥାନାରେ ଦଳିତ ଯୁବକଙ୍କୁ ମାଡ଼ ମାରିବା। ଶେଷରେ ନିଜ ଓ ସହକର୍ମୀଙ୍କ ନାଁରେ ଏତଲା ଦେଲେ ନିଜେ ଆଇଆଇସି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIR Against Balipatna IIC

FIR Against Balipatna IIC

ମହଙ୍ଗା ପଡ଼ିଲା ଥାନାରେ ଦଳିତ ଯୁବକଙ୍କୁ ମାଡ଼ ମାରିବା। ଶେଷରେ ନିଜ ଓ ସହକର୍ମୀଙ୍କ ନାଁରେ ଏତଲା ଦେଲେ ନିଜେ ଆଇଆଇସି।  ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନାରେ ଏମିତି ଘଟଣା ଦେଖିବାକୁ ମିଳିଛି। 

Advertisment

ସୁଚନା ଅନୁସାରେ, ଗତ ୩ ତାରିଖ ଦୁର୍ଗାଷ୍ଟମୀ ଦିନ ଗିରିଙ୍ଗୋ ଭୋଇ ସାହିର ସରୋଜ ଭୋଇଙ୍କୁ ପୋଲିସ ଉଠାଇ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଆଇଆଇସି କୃପାସିନ୍ଧୁ ବରାଡ, ଏସ୍‌ଆଇ ରାକେଶ ସାମଲ ଓ ଅନ୍ୟ କର୍ମଚାରୀ ସରୋଜଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ ତାଙ୍କର ଚିକିତ୍ସା କରିବା ପରିବର୍ତ୍ତେ ପାଲଟା ପୋଲିସକୁ ମାଡ ମାରିବା ଅଭିଯୋଗରେ ସରୋଜଙ୍କୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି।

ଜେଲ୍‌ରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଏନେଇ ଦଳିତ ଓ ଆଦିବାସୀ ମିଳିତ ମଞ୍ଚ ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ସରୋଜଙ୍କ ସ୍ତ୍ରୀ ଘଟଣା ସମ୍ପର୍କରେ ଡିସିପି ପ୍ରତୀକ ସିଂଙ୍କୁ ଭେଟି ଅବଗତ କରିଥିଲେ। ଏହାପରେ ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ନିଜେ IIC କୃପାସିନ୍ଧୁ ବରାଡ ନିଜ ନାଁ ଓ ଏସ୍‌ଆଇ ରାକେଶ ସାମଲଙ୍କ ନାଁରେ ଏତଲା ଦେଇଛନ୍ତି।  ଡିସିପିଙ୍କ ନିର୍ଦ୍ଦେଶ ଅନୁସାରେ ଦୁହିଁଙ୍କ ନାଁରେ ଥାନାରେ ଏତଲା ହୋଇଛି। 

Advertisment
Crime In Odisha
Advertisment
Advertisment