Advertisment

ପତ୍ନୀଙ୍କୁ ଗାଡ଼ି ଚଢେଇ ଫେରାର ଥିବା ପ୍ରଯୋଜକ କମଲ ମିଶ୍ରା ଗିରଫ

ପତ୍ନୀଙ୍କୁ ଗାଡି ଚଢେଇ ଫେରାର ଥିବା ଫିଲ୍ମ ପ୍ରଯୋଜକ କମଲ କିଶୋର ମିଶ୍ରା  ଗିରଫ ହୋଇଛନ୍ତି । ପତ୍ନୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ୍। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
Film producer Kamal Kishore Mishra

Film producer Kamal Kishore Mishra

ପତ୍ନୀଙ୍କୁ ଗାଡି ଚଢେଇ ଫେରାର ଥିବା ଫିଲ୍ମ ପ୍ରଯୋଜକ କମଲ କିଶୋର ମିଶ୍ରା  ଗିରଫ ହୋଇଛନ୍ତି । ପତ୍ନୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ୍। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। 

Advertisment

ସୂଚନା ଅନୁସାରେ, ଅକ୍ଟୋବର ୧୯ ତାରିଖରେ Suburban Andheri (West)ରେ ଥିବା ଏକ ରେସିଡେନ୍‌ସିଆଲ୍‌ ବିଲ୍ଡିଂର ପାର୍କିଂ ଏରିଆରେ ଫିଲ୍ମ ନିର୍ମାତା କମଲଙ୍କ କାର୍‌ ପାର୍କିଂ ହୋଇଥିଲା। ଏହି ସମୟରେ କମଲଙ୍କୁ ଖୋଜିବାକୁ ଆସିଥିବା ତାଙ୍କ ପତ୍ନୀ ପାର୍କିଂ ଏରିଆରେ କାର୍‌ ଭିତରେ କମଲ ଓ ଅନ୍ୟ ଜଣେ ମହିଳାଙ୍କୁ ଦେଖିବା ପରେ ଏହାକୁ ବିରୋଧ କରିଥିଲେ। 

କମଲଙ୍କୁ ତୁରନ୍ତ କାର ଭିତରୁ ବାହାରି ଆସିବା ପାଇଁ ପତ୍ନୀ କହିଥିଲେ। ହେଲେ କମଲ ନ ଆସିବାରୁ ଉଭୟ ମୁହାଁମୁହିଁ ଥିଲେ। ଉତ୍ତ୍ୟକ୍ତ କମଲ କାର୍‌ ସାମ୍ନାରେ ଛିଡ଼ା ହୋଇଥିବା ପତ୍ନୀଙ୍କୁ  ଧକ୍କା ଦେଇ କାର୍‌ ନେଇ ଘଟଣାସ୍ଥଳରୁ ପଳାଇଥିଲେ। ସ୍ୱାମୀଙ୍କ କାର୍‌ ଧକ୍କାରେ ତଳେ ପଡ଼ି ପତ୍ନୀ ଆହତ ହୋଇଛନ୍ତି। ଏଥିରେ ତାଙ୍କର ଗୋଡ଼, ହାତ ଓ ମୁଣ୍ଡରେ ଆଘାତ ଲାଗିଛି।

Advertisment

ଘଟଣାକୁ ନେଇ କମଲଙ୍କ ପତ୍ନୀ ଆମ୍ବୋଲି ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ କମଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜରେ କମଲଙ୍କ ବର୍ବରତାକୁ ଦେଖିବା ପରେ କମଲଙ୍କୁ ଗିରପ କରାଯାଇଛି। 

ସୂଚନା ଥାଉ କି,  ବଲିଉଡ୍‌ ଫିଲ୍ମ 'Dehati Disco'ର ପ୍ରଡ୍ୟୁସର ହେଉଛନ୍ତି କମଲ କିଶୋର।  ଏହା ବ୍ୟତୀତ ହିନ୍ଦୀ ଫିଲ୍ମ ଦେହାତି ଡିସ୍କୋ, ଶର୍ମା ଜୀ କି ଲଗ୍ ଗଇ ଭଳି ସିନେମାର ପ୍ରଯୋଜକ ହେଉଛନ୍ତି କମଲ।

Accident Filmmaker
Advertisment
Advertisment