/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726140764.jpg)
Doctor Assault at Hyderabad's Gandhi Hospital
ହସ୍ପିଟାଲ ଭିତରେ ପୁଣି ଲଜ୍ଜା । ପୁଣି ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ହସ୍ପିଟାଲ ଭିତରେ ସମସ୍ତଙ୍କ ସାମ୍ନାରେ ଘଟିଛି ଏପରି ଘଟଣା । ହସ୍ପିଟାଲ କର୍ମଚାରୀ ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଧରିନେବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ବୁଧବାର ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଏହି ଘଟଣା ଘଟିଛି ।
ହସ୍ପିଟାଲ କର୍ମଚାରୀ ଅଭିଯୁକ୍ତକୁ ଧରି ପ୍ରଥମେ ମାଡ଼ ମାରିବା ସହ ପରେ ପୋଲିସରେ ଜିମା ଦେଇଛନ୍ତି । ଅଭିଯୁକ୍ତ ରୋଗୀକୁ ଯାଞ୍ଚ କରାଯାଉଛି। ଏହାପରେ ଏକ କ୍ରିମିନାଲ କେସ ରୁଜୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ହସ୍ପିଟାଲର କାଜୁଆଲିଟି ୱାର୍ଡକୁ ଯାଇଥିବା ଜଣେ ରୋଗୀ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସଙ୍ଗେ ସଙ୍ଗେ ମହିଳା ଡାକ୍ତର ଜଣଙ୍କ ଗାନ୍ଧି ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟକୁ ଜଣାଇଥିଲେ । ଏପଟେ ହସ୍ପିଟାଲ କର୍ମଚାରୀ ମଧ୍ୟ ସ୍ଥାନୀୟ ଚିଲକାଲଗୁଡା ପୋଲିସକୁ ସୂଚନା ଦେଇଥିଲେ ଓ ପୋଲିସ ପହଞ୍ଚି ସଂପୃକ୍ତ ରୋଗୀକୁ ହେପାଜତକୁ ନେଇଥିଲା ।
ପୁଣି ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ । ଜଣେ ଜୁନିୟର ମହିଳା ଡାକ୍ତରଙ୍କୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ଆକ୍ରମଣ । ଏହି ସମୟର CCTV ଭିଡିଓ ସାମ୍ନାକୁ ଆସିଥିବାବେଳେ ଘଟଣା ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲର ବୋଲି କୁହାଯାଉଛି ।#Docter#GandhiHospital#Hyderabad#OTVpic.twitter.com/RB5NMjbTql
— ଓଟିଭି (@otvkhabar) September 12, 2024
ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓ ଅନୁସାରେ ମହିଳା ଡାକ୍ତର ଜଣଙ୍କ ରୋଗୀ ପାଖ ଦେଇ ଯାଉଥିଲେ । ତେବେ ହଠାତ୍ ବ୍ୟକ୍ତି ଜଣଙ୍କ ମହିଳା ଡାକ୍ତରଙ୍କ ଆପରୁନକୁ ଧରିବା ସହ ଆକ୍ରମଣ କରିଥିଲେ । ସେହି ସ୍ଥାନରେ ଏକାଧିକ ରୋଗୀ ଓ ହସ୍ପିଟାଲ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ତତକ୍ଷଣାତ ସମସ୍ତେ ଏହାକୁ ବିରୋଧ କରିଥିଲେ ଓ ବ୍ୟକ୍ତିଜଣଙ୍କୁ କାବୁ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)