/odishatv-khabar/media/post_attachments/uploadimage/library/16_9/16_9_0/s_1692683120.jpg)
Female home guard accuses DIG wife of mental physical torture
ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ନିର୍ଯାତନାରେ ଅତିଷ୍ଠ ହୋଇ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଓ ଦୁଇଟି ଯାକ ଗୋଡ଼ ହରାଇବା ଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ହୋମଗାର୍ଡ ଚିକିତ୍ସିତ ହେଉଛନ୍ତି।
ଗତ ୧୩ ତାରିଖରେ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ନିର୍ଯାତନା ସମ୍ପର୍କରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ହୋମଗାର୍ଡ ଅଭିଯୋଗ କରିଛନ୍ତି। ସେପଟେ ନିର୍ଯାତନା ଅଭିଯୋଗକୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର
ରାଏ ଖଣ୍ଡନ କରିଛନ୍ତି।
#DIGଙ୍କ ପତ୍ନୀ ଦେଲେ ନିର୍ଯାତନା
ମହିଳା ହୋମଗାର୍ଡଙ୍କୁ DIGଙ୍କ ପତ୍ନୀ ନିର୍ଯାତନା ଦେଇଥିବା ଅଭିଯୋଗ ।#Cuttack#Odisha#OTVpic.twitter.com/Yni9zpF4Qo— ଓଟିଭି (@otvkhabar) August 22, 2023
ତାଙ୍କର ପାରିବାରିକ ସମସ୍ୟା ଥିଲା, ଅନ୍ୟମନସ୍କ ରହୁଥିଲେ। ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ, ତାଙ୍କୁ ଏନେଇ କେହି ପ୍ରବର୍ତ୍ତାଇ ଥିବା ଡିଆଇଜି କହିଛନ୍ତି। ଗତ ୧୯ ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ ହୋମଗାର୍ଡ ଭାବେ ସୈରିଦ୍ରୀ କାର୍ଯ୍ୟ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)