Advertisment

ଭୟଙ୍କର ପ୍ରେମିକ ! ଜେଲ୍‌ରୁ ବାହାରି ପ୍ରଥମେ ହାଣିଲା ପ୍ରେମିକାର ବାପା-ଭାଇଙ୍କୁ

ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇଯାଇଛି। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Crime

Crime

ପ୍ରେମ ପାଇଁ ‘କୁଛ ବି କରେଗା’ ଆପଣ ଶୁଣିଥିବେ । ହେଲେ ଆପଣ କେବେ ଶୁଣିନଥିବେ ଏକତରଫା ପ୍ରେମ ପାଇଁ ପ୍ରେମିକାର ବାପା ଭାଇଙ୍କୁ ହତ୍ୟା କରି ଝିଅକୁ ଉଠାଇନେବା । ଆଜ୍ଞା ହଁ, ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରର ସିଭିଲ ଲାଇନ୍‌ ଥାନା ଅଞ୍ଚଳରେ ଥିବା ମିଲେନିୟମ କଲୋନୀରେ ଘଟିଛି ।

Advertisment

ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରି ପସ୍କୋ ଆକ୍ଟରେ ଗିରଫ ହୋଇଥିବା ଅଭିଯୁକ୍ତ ଘଟାଇଛି ଜଘନ୍ୟ କାଣ୍ଡ। ଅଭିଯୁକ୍ତଜଣକ ଜେଲ୍‌ରୁ ଫେରିବା ପରେ ନାବାଳିକାର ପିତା ଓ ୮ ବର୍ଷୀୟ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇଯାଇଛି। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ମିଲେନିୟମ କଲୋନୀରେ ୫୨ ବର୍ଷୀୟ ରାଜକୁମାର ନିଜ ନାବାଳିକା ଝିଅ ଓ ୮ ବର୍ଷୀୟ ପୁଅ ସହ ରହୁଥିଲେ। ତାଙ୍କ ପଡ଼ୋଶୀ ମୁକୁଳ ସିଂ ନାମକ ଯୁବକ ରାଜକୁମାରଙ୍କ ଝିଅକୁ ହଇରାଣ କରୁଥିଲେ। ଏନେଇ ରାଜକୁମାରଙ୍କ ଅଭିଯୋଗ ଆଧାରରର ପୋଲିସ୍‌ ମୁକୁଳ ସିଂଙ୍କୁ ପସ୍କୋ ଆକ୍ଟରେ ଗିରଫ କରିଥିଲା। ମାତ୍ର ସେ ଜେଲ୍‌ରୁ ମୁକୁଳିବା ପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା।

Advertisment

ଘଟଣା ଦିନ ମୁକୁଳ ସିଂହ, ରାଜକୁମାର ଓ ତାଙ୍କ ପୁଅକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ପିଲାଟିକୁ ହତ୍ୟା କରିବା ପରେ ମୁକୁଳ ସିଂ ତାକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜ ଭିତରେ ଭର୍ତ୍ତି କରି ଦେଇଥିଲା। ଏହାପରେ ନାବାଳିକାଙ୍କୁ ଧରି ସେଠାରୁ ଫେରାର ହୋଇ ଯାଇଥିଲା।

ଏହାପରେ ନାବାଳିକାଙ୍କ ଫୋନ୍‌ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ମେସେଜ କରି ଘରେ ରାଜକୁମାର ଓ ତାଙ୍କ ପୁଅଙ୍କ ଶବ ପଡ଼ିଥିବା ଜଣାଇଥିଲେ ମୁକୁଳ ସିଂ । ଖବର ପାଇ ପୋଲିସ୍‌ ପହଞ୍ଚି ଘରୁ ବାପପୁଅଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ୍‌ ନାବାଳିକାର ସନ୍ଧାନ ଆରମ୍ଭ କରିଛି। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପୋଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

Love Story Hate Story
Advertisment
Advertisment