Advertisment

Matrimonial Fraud In Bhubaneswar: ମହଙ୍ଗା ପଡ଼ିଲା ମାଟ୍ରିମୋନି ସାଇଟରୁ ବର ଖୋଜା; ଧରାପଡ଼ିଲା ବିବାହ ନାଁରେ ଯୁବତୀଙ୍କୁ ଚୁନ ଲଗାଉଥିବା ଭଣ୍ଡ ରସିକ...

ଚେହେରା ଭୋଲେଭାଲା...କାଣ୍ଡ କିନ୍ତୁ ଭୟଙ୍କର...କିଏ ଜାଣିଥିଲା ଉପରକୁ ସରଳ ଦେଖାଯାଉଥିବା ଯୁବକ ଯେ ଖେଳିବେ ସାଂଘାତିକ ଖେଳ...ମାଟ୍ରିମୋନି ସାଇଟରେ ବିଜ୍ଞାପନ ଦେଇ ଚୁନା ଲଗାଇବ ମାଳ ମାଳ ଯୁବତୀଙ୍କୁ ବୋଲି...ଆଜି ବାବୁଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି, ପଦାରେ ପଡ଼ିଛି ସବୁ ଜଘନ୍ୟ କାଣ୍ଡର ଗୁମର।

undefined

Father of Three Accused of Matrimonial Fraud in Bhubaneswar

Advertisment

ବିବାହ ପାଇଁ କୌଣସି ପାତ୍ର କିମ୍ବା ପାତ୍ରୀ ଖୋଜୁଛନ୍ତି କି ମାଟ୍ରିମୋନି ସାଇଟରେ ? ମନ ପସନ୍ଦର କ୍ୟାଣ୍ଡିଡେଟ୍ ପାଇବା କ୍ଷଣି ବିବାହ ନାଁରେ ଯୋଡ଼ିଚାଲିଛନ୍ତି କି ସଂପର୍କ ? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ। ନିଜ ପାଇଁ ମାଟ୍ରିମୋନି ସାଇଟରେ ବିଜ୍ଞାପନ ଦେଇ ଭୁବନେଶ୍ବରରେ ଏକାଧିକ ଯୁବତୀଙ୍କୁ କେମିତି ଚୁନା ଲଗାଇଛି ଜଣେ ଅଭ୍ୟାସଗତ ଠକ, ସାରା ରାଜଧାନୀରେ ଏବେ ହଟଚମଟ। କାହାଠୁ ଲକ୍ଷ ଲକ୍ଷ ଲୁଟିଛି ତ ଆଉ କାହା ସହ ଶାରିରୀକ ସଂପର୍କ ରଖି ଧୋକା ଦେଇଛି। ଶେଷରେ ଭଣ୍ଡ ରସିକକୁ ବାନ୍ଧି କୋର୍ଟଚାଲାଣ କରିଛି ପୋଲିସ।

Advertisment

ଚେହେରା ଭୋଲେଭାଲା...କାଣ୍ଡ କିନ୍ତୁ ଭୟଙ୍କର...କିଏ ଜାଣିଥିଲା ଉପରକୁ ସରଳ ଦେଖାଯାଉଥିବା ଯୁବକ ଯେ ଖେଳିବେ ସାଂଘାତିକ ଖେଳ...ମାଟ୍ରିମୋନି ସାଇଟରେ ବିଜ୍ଞାପନ ଦେଇ ଚୁନା ଲଗାଇବ ମାଳ ମାଳ ଯୁବତୀଙ୍କୁ ବୋଲି...ଆଜି ବାବୁଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି, ପଦାରେ ପଡ଼ିଛି ସବୁ ଜଘନ୍ୟ କାଣ୍ଡର ଗୁମର। ଯାହାଙ୍କ ନାଁ ଦୀପ୍ତିରାଜ ପଟ୍ଟନାୟକ। କେବେ ନିଜକୁ କହୁଥିଲେ ରାଜଧାନୀର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜ ମାଲିକଙ୍କ ପୁଅ ତ ଆଉ କାହାକୁ କହୁଥିଲେ ୩୨ଟି ଫ୍ଲାଟର ମାଲିକ। ଯିଏ ମାଟ୍ରିମୋନି ସାଇଟରେ ନିଜକୁ ଅବିବାହିତ ଦର୍ଶାଇ ବିଜ୍ଞାପନ ଦେବା ସହ ଖୋଜୁଥିଲେ କନ୍ୟା। ଆଉ ଥରେ ଯିଏ ତା ଜାଲରେ ପଡ଼ିଲେ, ଚୁନା ଲଗାଉଥିଲା ଲକ୍ଷ ଲକ୍ଷ ଟଙ୍କାର। ଆଜି ଭୁବନେଶ୍ବର ପଟିଆ ଅଞ୍ଚଳରେ ରହୁଥିବା ଢେଙ୍କାନାଳର ଜଣେ ଯୁବତୀ ସାଂଘାତିକ ଅଭିଯୋଗ ଆଣି ବଖାଣିଛନ୍ତି ବାବୁ ଦୀପ୍ତିରାଜଙ୍କ ଅସଲ କାହାଣୀ। ସଂପୃକ୍ତ ଯୁବତୀଙ୍କ କହିବା କଥା, ଗତ ଡିସେମ୍ବର ୨୪ ତାରିଖରେ ଦୀପ୍ତିରାଜ ସହ ମାଟ୍ରିମୋନି ସାଇଟରେ ପ୍ରଥମେ ପରିଚୟ ଓ ପରେ ବିବାହ ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ତାଙ୍କ ସହ ମିଶିବା ପରେ ଜଣାପଡ଼ିଥିଲା ଦୀପ୍ତିରାଜ ବିବାହିତ, ୩ ପିଲାଙ୍କ ବାପା। ଯେଉଁମାନେ ସହିଦନଗରରେ ଦୀପ୍ତିରାଜର ଭାଇଙ୍କ ଘରେ ରହୁଛନ୍ତି।

ଅଧିକ ପଢ଼ନ୍ତୁ:ଗଡ଼ି ଗଲାଣି ବୟସ... ହେଲେ ପେଟ ପାଇଁ ଚା’ ଦୋକାନଟିଏ କରି କର୍କଟକୁ କରୁଛନ୍ତି ବାଏ ବାଏ

Advertisment

କଥା ଏତିକିରେ ସରିନି। ବିବାହ ନାଁରେ ଦୀପ୍ତିରାଜ ସଂପୃକ୍ତ ଯୁବତୀଙ୍କଠାରୁ ନେଇଛି ଲକ୍ଷ ଲକ୍ଷ ଟଙ୍କା। ଯୁବତୀଙ୍କ କହିବା କଥା, ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ମିଛ କହିଛି ଦୀପ୍ତିରାଜ। ଏପରିକି ଆକାଉଣ୍ଟ ବ୍ଲକ ହୋଇଥିବା ଦର୍ଶାଇ ମୋବାଇଲ୍ ପାଇଁ ନେଇ ମାସକ ତଳେ ନେଇଛି ଦେଢ଼ ଲକ୍ଷ ଟଙ୍କା। ତେବେ ଦୀପ୍ତିରାଜର ଏଭଳି ଚାଲ୍ ସଂପର୍କରେ ଆଗରୁ କେବେ ସୁରାଗ୍ ପାଇନଥିଲେ ଏହି ଯୁବତୀ। ସଂପର୍କ ଗଢ଼ି ଉଠିଥିବାରୁ ବିଶ୍ବାସରେ ଭୁବନେଶ୍ବର ସ୍ଥିତ ଦୀପ୍ତିରାଜର ଘରେ ରହିଥିଲେ ସେ। ସେହି ସମୟରେ ଜଣେ ବ୍ୟକ୍ତି ଘର ବାହାରେ ୪ ଲକ୍ଷ ଟଙ୍କା ଦୀପ୍ତିରାଜ ନେଇଥିବା କହି ହୋହଲ୍ଲା କରିଥିଲେ। କିନ୍ତୁ ଘରୋଇ ସହାୟିକା ମିଛରେ ବାବୁ ଘରେ ନଥିବା କହି ଗେଟ୍ ବନ୍ଦ କରିଦେଇଥିଲେ। 

ସେହିଭଳି ବାଲେଶ୍ବର ଘରକୁ ବୁଲିଯିବା ପାଇଁ କହୁଥିବା ଯୁବତୀଙ୍କୁ ଦୀପ୍ତିରାଜଙ୍କୁ ଅନେକ ଥର ମନା କରୁଥିଲେ। ଏଭଳି ନାନା ଘଟଣା ପରେ ସନ୍ଦେହ ବଢ଼ିବାରୁ ଦୀପ୍ତିରାଜଙ୍କ ମୋବାଇଲରୁ ଏକାଧିକ ମହିଳା ଓ ଯୁବତୀଙ୍କ ସହ ସଂପର୍କ ଥିବା ଏବଂ ଟଙ୍କା କାରବାର ହୋଇଥିବା ପ୍ରମାଣ ପାଇଥିଲେ। ସବୁଠୁ ବଡ଼ କଥା ହେଉଛି, ସଂପୃକ୍ତ ଯୁବତୀଙ୍କୁ ବିବାହ ପାଇଁ ତାରିଖ ଗଡ଼ାଇବା ପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଶେଷରେ ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଏତଲା ଦେବା ପରେ ପୋଲିସ ବି ଦୀପ୍ତିରାଜର କାଣ୍ଡ ବଖାଣିଥିଲା। ଏପରିକି ଦୀପ୍ତିରାଜ ନାଁରେ ଜମିବାଡ଼ି ଠକେଇଠୁ ଏକାଧିକ ଅପରାଧି ମାମଲା ଥିବା ପୋଲିସ କହିଛି। ତା’ସହ ଅଭିଯୋଗ ପରେ ଦୀପ୍ତିରାଜକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଦୀପ୍ତିରାଜଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment

ଅଧିକ ପଢ଼ନ୍ତୁ: ନିଆରା ସର୍ତ୍ତରେ ଜାମିଦେଲେ ହାଇକୋର୍ଟ

Bhubaneswar Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ