Advertisment

ଝିଅକୁ ହତ୍ୟା କରି ମଶାଣିକୁ ନେଇଥିଲେ, ହେଲେ ଅଚାନକ ଘଟିଲା ଏମିତି କିଛି...

ଝିଅକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଯୋଜନା କରିଥିଲେ ବାପା। ହେଲେ ତାଙ୍କର ସବୁ ଚେଷ୍ଟା ଶେଷରେ ଫସର ଫାଟି ଯାଇଥିଲା। ଆଉ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Father Kills Daughter In Dhenkanal

Father Kills Daughter In Dhenkanal

ଶ୍ମଶାନରୁ ଫେରିଲା ଶବ। ଝିଅକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଯୋଜନା କରିଥିଲେ ବାପା। ହେଲେ ତାଙ୍କର ସବୁ ଚେଷ୍ଟା ଶେଷରେ ଫସର ଫାଟି ଯାଇଥିଲା। ଆଉ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମିନଇ ଗାଁରେ ଏହି ଘଟଣା ଘଟିଛି।

Advertisment

ଝିଅର ମାମୁ ଘର ଲୋକଙ୍କ ଅଭିଯୋଗ ଅନୁସାରେ, ସିମିନଇ ଗାଁର ପ୍ରତାପ ସାହୁ ନିଜର ୧୦ ବର୍ଷୀୟା ଝିଅକୁ ହତ୍ୟା କରିଥିଲେ। ଏହାପରେ ଘଟଣାକୁ ଆତ୍ମହତ୍ୟା ରୂପ ଦେବା ଲାଗି ସେ ମୃତଦେହକୁ ପୋତିବା ପରିବର୍ତ୍ତେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେଉଥିଲେ। ଝିଅର ମୃତ୍ୟୁ ପରେ ପୋଲିସକୁ ନ ଜଣାଇ ଡାକ୍ତରଖାନାକୁ ନ ନେଇ ଶ୍ମଶାନକୁ ନେଇଥିଲେ। ସେଠାରେ ପୋଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ସଦର ଥାନା ପୋଲିସ୍‌ ପ୍ରତାପଙ୍କୁ ଧରିଥିଲା। 

ସୂଚନାଥାଉ କି, ଗତ ଜୁନ୍ ୧୬ରେ ପ୍ରତାପଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ। ହେଲେ ଝିଅ ଏସବୁକୁ ବାରଣ କରୁଥିଲେ। ଯେଉଁଥିପାଇଁ ପ୍ରତାପ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ମୃତ ନାବାଳିକାଙ୍କ ମାମୁ ଘର ଲୋକ ଅଭିଯୋଗ କରିଛନ୍ତି। ଶନିବାର ଦିନ ନାବାଳିକା ଝିଅର ମୃତ୍ୟୁ ହୋଇ ସାରିଥିବା ବେଳେ ରବିବାର ଦିନ ପ୍ରତାପ ମୃତଦେହକୁ ପୋତିବା ବଦଳରେ ଶବଦାହ କରି ସମସ୍ତ ପ୍ରମାଣ ନଷ୍ଟ କରି ଦେବାକୁ ଉଦ୍ୟମ କରିଥିଲେ। ହେଲେ ଠିକ୍‌ ସମୟରେ ପୋଲିସ୍‌ ପହଞ୍ଚି ମଶାଣିରେ ଶବଦାହ ଉଦ୍ୟମକୁ ଅଟକାଇ ଥିଲା। 

Advertisment

ଅନ୍ୟପକ୍ଷେ, ମୃତ ନାବାଳିକାଙ୍କ ମାମୁ ଘର ଲୋକଙ୍କ ଅଭିଯୋଗ କ୍ରମେ ସଦରଥାନା ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। 

Murder Father Kills Daughter
Advertisment
Advertisment