Advertisment

ବାପା ଆଗରେ ପୁଅକୁ କିଡନାପ୍ ! ମୁଣ୍ଡ ଜାମିନ୍‌ ରଖି ମାଗିଲେ ୫ଲକ୍ଷ

ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହ କହିଛନ୍ତି, ଅପହରଣକାରୀ ମାନେ ଫୋନ୍ କରି ୫ ଲକ୍ଷ ଟଙ୍କା ମାଗୁଛନ୍ତି। ନଚେତ୍ ପୁଅକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି।

author-image
Sonali Ojha
Kidnap

Kidnap

ବାପ-ପୁଅ ସାଙ୍ଗ ହୋଇ କୋର୍ଟ ଗଲେ। ହେଲେ କାମ ସାରି ଫେରିବା ବେଳକୁ ପୁଅକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ନନ୍ଦିପଦା ଅଞ୍ଚଳର ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। ଅଧାବାଟରେ ବାପାଙ୍କୁ ମାଡ଼ ମାରି ପୁଅକୁ ଅପହରଣ କରିବା ସହ ମୁଣ୍ଡ ଜାମିନ୍ ରଖି ୫ଲକ୍ଷ ଟଙ୍କା ମାଗୁଥିବା ଥାନାରେ ଅଭିଯୋଗ କରିଛନ୍ତି ବାପା।

Advertisment

ସୂଚନା ଅନୁସାରେ, କେନ୍ଦୁଝର ନନ୍ଦିପଦା ଥାନା ପନ୍ଦାଡୋ ଗାଁର ସନାତନ ନାୟକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି। ପୂର୍ବରୁ ସନାତନ ଅନଲାଇନ ଗେମ୍ ଖେଳି ଅନେକ ଧାର କରଜ କରିଥିଲେ। ଯାହା ଶୁଝିନପାରିବାରୁ ଏ ସଂକ୍ରାନ୍ତରେ କେସ୍ ହେବାରୁ ପୋଲିସ ସନାତନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ଶୁଣାଣି ପାଇଁ ବାପ-ପୁଅ ହାଟଡ଼ିହି କୋର୍ଟକୁ ଯାଇ ଫେରୁଥିଲେ। ହେଲେ ଅଧାରାସ୍ତାରେ କିଛି ଯୁବକ ବାପା ନରେନ୍ଦ୍ରଙ୍କୁ ମାଡ଼ମାରି ବିଲକୁ ଫିଙ୍ଗିଦେଲେ। ସେଠାରୁ ପୁଅ ସନାତନଙ୍କୁ ଉଠାଇ ନେଇ ଯାଇଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ଖବର ପାଇ ପରିବାର ଓ ଗ୍ରାମବାସୀ ନରେନ୍ଦ୍ରଙ୍କୁ ଉଦ୍ଧାର କରି ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେଣେ ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହ କହିଛନ୍ତି, ଅପହରଣକାରୀ ମାନେ ଫୋନ୍ କରି ୫ ଲକ୍ଷ ଟଙ୍କା ମାଗୁଛନ୍ତି। ନଚେତ୍ ପୁଅକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି। ଅଭିଯୋଗ ପାଇବା ପରେ ଟିମ୍ ଗଠନ କରି ପୋଲିସ ତଦନ୍ତ ଜାରି ରଖିଛି। ତେବେ ଏହି ଅପହରଣ ପଛରେ କିଏ ? ଅପହରଣ ଅଭିଯୋଗ ପଛର ରହସ୍ୟ କ’ଣ ? ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

Kidnapping
Advertisment
Advertisment