• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଲରେ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ । ନିଜ ଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି ଚାଷୀ । ହେଲେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି , ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି କରୁଆଝର ଗାଁରୁ ।

କରୁଆଝର ଗାଁର ମୃତ ଚାଷୀ ହେଉଛନ୍ତି ଅନଙ୍ଗ ମଲ୍ଲିକ । କରୁଆଝର ଗାଁର ଗଙ୍ଗାଧର ସାହୁ ଏବଂ ତାଙ୍କ ପୁଅ ସୁମନ୍ତ ସାହୁ ନିଜ ଚାଷ ଜମି ଚାରି ପାର୍ଶ୍ୱରେ ଇଲେକ୍ଟ୍ରି ତାର ବିଛାଇ ବିଦ୍ୟୁତ୍ ସଂଯୋଗ କରିଥିଲେ । ସେହି ଚାଷ ଜମିକୁ ଲାଗିକି ଥିବା ପଡୋଶୀ ଚାଷୀ ଅନଙ୍ଗ ମଲ୍ଲିକ ଗତକାଲି ରାତିରେ ନିଜ ଚାଷ ଜମି ନିକଟକୁ ଯାଇଥିଲେ । ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଅନଙ୍ଗଙ୍କ ଜୀବନ ଚାଲିଯାଇଛି । ନିଜ ବାପାକୁ ଉଦ୍ଧାର କରିବାକୁ ଯାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ପୁଅ ରୂପେଶ ।

ତେବେ ଏହି ଘଟଣା ପରେ ରୂପେଶ ସଂଗେ ସଂଗେ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ ସଂଯୋଗ କଟାଯାଇଥିଲା । ଗଂଗାଧରଙ୍କ ସହ ମୃତ ଅନଙ୍ଗଙ୍କର ପୂର୍ବ ଶତ୍ରୁତା ରହିଥିଲା । ତେଣୁ ଜାଣିଶୁଣି ବିଦ୍ୟୁତ ତାର ଜାଲ ବିଛାଇ ଅନଙ୍ଗଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାର ଲୋକେ । ସେପଟେ ବାରାହା ପାଇଁ ବିଛାଯାଇଥିବା ଫାସରେ ପଡି ତାଙ୍କ ଜୀବନ ଯାଇଥିବା ଚର୍ଚ୍ଚା ହେଉଛି । ପୂରା ଘଟଣାର ଛାନଭିନ ଆରମ୍ଭ କରିଛି ଦେଓଗାଁ ପୋଲିସ । ଅଭିଯୁକ୍ତ ଉଭୟ ବାପପୁଅ ଫେରାରଥିବା ସୂଚନା ମିଳିଛି ।