Advertisment

Gold Jewelleries Stolen: ଫାଇନାନ୍ସ ସଂସ୍ଥାରୁ ସୁନା ଚୋରି; ଚିନ୍ତାରେ ଗ୍ରାହକ, ମିଳିବ ତ ବନ୍ଧକ ସୁନା ?

ଫାଇନାନ୍ସ ସଂସ୍ଥାରୁ କଷ୍ଟ ଉପାର୍ଜିତ ସୁନା ଅଳଙ୍କାର ଚୋରି ପରେ ଏବେ ବଢ଼ିଛି ଗ୍ରାହକଙ୍କ ଚିନ୍ତା। ମିଳିବ ତ ବନ୍ଧକ ସୁନା ? ଯଦି ନମିଳେ କ’ଣ କରିବେ ? ଆଶା ଆଶଙ୍କାରେ ଗ୍ରାହକ।

Gold Jewelleries Worth Crores Stolen

Gold Jewelleries Worth Crores Stolen

Advertisment

ଅଭାବରେ ପଡ଼ି ଅଳଙ୍କାର ବନ୍ଧକ ରଖିଥିବା ସମ୍ବଲପୁରର ମଣପୁରମ୍ ବ୍ରାଂଚର ଗ୍ରାହକ ଏବେ ଅକଳରେ। କାରଣ ସଂସ୍ଥାରୁ ୩୦ କେଜି ସୁନା ନେଇ ଚଂପଟ୍ ମାରିଛନ୍ତି ଦୁର୍ବୃତ୍ତ। ଏବେ ଜରୁରୀ କାମ ପାଇଁ ସୁନା ମୁକୁଳାଇବାକୁ ଆସି କାହାକୁ ଖାଲି ହାତରେ ଫେରିବାକୁ ପଡୁଛି ତ ଆଉ କାହାକୁ ଶୁଣିବାକୁ ପଡୁଛି ନାସ୍ତିବାଣୀ। ତେଣେ ୩୬ ଘଣ୍ଟା ପରେ ବି ଡକାୟତଙ୍କ ପାଖରେ ପହଞ୍ଚି ପାରିନଥିବା ପୋଲିସ୍ ସଂସ୍ଥାର ୨ ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି। ଘଣ୍ଟାଚକଟା କରୁଛନ୍ତି ୪ ଥାନାର ଅଧିକାରୀ।

Advertisment

ଫାଇନାନ୍ସ ସଂସ୍ଥାରୁ କଷ୍ଟ ଉପାର୍ଜିତ ସୁନା ଅଳଙ୍କାର ଚୋରି ପରେ ଏବେ ବଢ଼ିଛି ଗ୍ରାହକଙ୍କ ଚିନ୍ତା। ମିଳିବ ତ ବନ୍ଧକ ସୁନା ? ଯଦି ନମିଳେ କ’ଣ କରିବେ ? ଆଶା ଆଶଙ୍କାରେ ଗ୍ରାହକ। ଜଣେ ଗ୍ରାହକ ସୁଜିତ ଦାଶ ଝିଅ ବାହାଘର ଆସନ୍ତା ଫେବ୍ରୁଆରୀ ୭ ତାରିଖ।ନିମନ୍ତ୍ରଣ କାର୍ଡ ବଣ୍ଟାଚାଲିଛି । ବ୍ୟାଗରେ ବାହାଘର କାର୍ଡ ଧରି ପରିବାର ଲୋକଙ୍କ ସହ ବୁଢ଼ାରଜାସ୍ଥିତ ମଣପୁରମ୍ ଅଫିସକୁ ଆସିଛନ୍ତି ସୁଜିତ। ନିମନ୍ତ୍ରଣ ଦେବାକୁ ନୁହଁ, ବରଂ ବନ୍ଧକ ଥିବା ସୁନା ଅଳଙ୍କାର ମୁକୁଳାଇବାକୁ। କାରଣ ସୁନା ଦର ଆକାଶଛୁଆଁ ଥିବାବେଳେ ଆଉ ସୁନା କିଣିବାର ସାମର୍ଥ୍ୟ ନାହିଁ। ତେଣୁ ୩ ଲକ୍ଷ ଟଙ୍କାରେ ବନ୍ଧକ ଥିବା ସୁନାକୁ ଏବେ ମୁକୁଳାଇ ଝିଅ ବିଦା କରିବେ। କିନ୍ତୁ, ଦୁର୍ଭାଗ୍ୟ ସଂସ୍ଥାରେ ଦୁର୍ବୃତ୍ତମାନେ କଳା କନା 
ବୁଲାଇଦେଇଥିବାରୁ ତାଙ୍କର ଅକଲଗୁଡୁମ୍ ଅବସ୍ଥା। ସୁଜିତଙ୍କ ଭଳି ଏମିତି ଅନେକ ବନ୍ଧକ ସୁନା ଫେରାଇ ନେବା ପାଇଁ ଚାହୁଁଥିଲେ ବି ଏବେ ପାଇଁ ସମ୍ଭବ ହୋଇପାରୁନି। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ଗ୍ରାହକ। 

ଅଧିକ ପଢ଼ନ୍ତୁ: ଦୁର୍ନୀତିକୁ ପଦାକୁ ଆଣିଲେ ସାମ୍ବାଦିକ; ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡ଼ି ଦେଲେ କଣ୍ଟ୍ରାକ୍ଟର...

Advertisment

ଶୁକ୍ରବାର, ସକାଳ ପ୍ରାୟ ୮ଟା ୪୫। କର୍ମଚାରୀମାନେ ପହଞ୍ଚିବା ଆଗରୁ ଲୁଟପାଟ୍ ଉଦ୍ୟମ ଏବଂ ପରେ କର୍ମଚାରୀଙ୍କୁ ବାନ୍ଧି ମାଡ଼ ମାରିବା ସହ ଲକରର ଚାବି ଏବଂ ପାସୱାର୍ଡ 
ମାଗି ଲୁଟ୍ କରିଥିଲେ ଡକାୟତ। ଲୁଟି ନେଇଥିଲେ ୨୦ କୋଟିର ୩୦ କେଜି ସୁନା ଅଳଙ୍କାର ଏବଂ ୩ ଲକ୍ଷ ନଗଦ ଟଙ୍କା। ଘଟଣାକୁ ୩୬ ଘଣ୍ଟା ବିତିଗଲାଣି। ତଥାପି ଦୁର୍ବୃତ୍ତଙ୍କ ପତ୍ତା ପାଉନି ପୋଲିସ। ଏହାର ତଦନ୍ତ ପାଇଁ ୪ଟି ସ୍ୱତନ୍ତ୍ର ପୋଲିସ୍ ଟିମ୍ ରାଜ୍ୟ ବାହାରକୁ ଯାଇଥିବା ବେଳେ ଆଜି ସକାଳେ ୪ଟି ଥାନାର ଅଧିକାରୀ ମଣପୁରମ ଅଫିସରେ କର୍ମଚାରୀଙ୍କୁ ମାରାଥନ ଜେରା କରିଛନ୍ତି। ଏପରିକି କଂପ୍ୟୁଟର ଓ ଅନ୍ୟାନ୍ୟ ଫାଇଲ ଯାଞ୍ଚ କରି ଶାଖାର ବ୍ରାଞ୍ଚ ହେଡ୍ ଏବଂ ଆସିଷ୍ଟାଣ୍ଟ ବ୍ରାଞ୍ଚ ହେଡ୍ଙ୍କୁ ଅଟକ ରଖି ଘାଣ୍ଟୁଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି, ଲକର ଭିତରେ GPS ଲାଗିଥିବା ୨ଟି ଡମି ଗୋଲ୍ଡ ଅର୍ଣ୍ଣାମେଣ୍ଟସ ପ୍ୟାକେଟକୁ ନେଇନାହାନ୍ତି। ଅର୍ଥାତ୍ ଏମାନେ ନିଶ୍ଚିତ ପେଷାଦାର ଅପରାଧୀ ନଚେତ୍ ସଂପୃକ୍ତ ସଂସ୍ଥାର କୌଣସି ଜଣେ ବ୍ୟକ୍ତି ଏହି ଫଣ୍ଡା ବତାଇଥିବେ। ହୁଗୁଳା ସୁରକ୍ଷା ବ୍ୟବସ୍ଥା ଭିତରେ ଏଭଳି ଯୋଜନାବଦ୍ଧ ଲୁଟପାଟକୁ ନେଇ ଗ୍ରାହକ ମଣପୁରମ୍ ସଂସ୍ଥାକୁ ଦାୟୀ କରିଛନ୍ତି। କାରଣ ଗତ ବର୍ଷେ ହେଲା ସଂସ୍ଥାରେ ସୁରକ୍ଷାକର୍ମୀ ନାହାନ୍ତି। ତେଣେ ଲୁଟ୍ ସୁନା ଯଦିନମିଳେ ତେବେ ନିୟମ ଅନୁସାରେ ଗ୍ରାହକଙ୍କୁ ସମାନ ପରିମାଣର ସୁନା ଫେରସ୍ତ କରାଯିବ ବୋଲି ଛତିଶଗଡ ଏରିଆ ମ୍ୟାନେଜର କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାଣିକୋଇଲିରେ ଲୁଟ୍ ପାଇଁ ଫାୟାରିଂ; ଜଣେ ମୃତ, ଆଉ ଜଣେ ଗୁରୁତର

Sambalpur Stolen Gold Jewelleries
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ