Advertisment

Paralakhemundi Family Wipeout: ୨ମାସ ତଳେ ମା’ର ଜୀବନ ଯାଇଥିଲା; ଏବେ ଚାଲିଗଲେ ବାପା ଓ ଝିଅ,ପୁଅ

ପାରିବାରିକ କଳହ ନେଲା ଉଗ୍ର ରୂପ। ସଫା ହୋଇଗଲେ ପୂରା ପରିବାର। ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଇଥିଲେ ବାପା। କାଲି ଯାଇଥିଲା ପୁଅ ଓ ଝିଅଙ୍କ ଜୀବନ। ଆଜି ଆଖି ବୁଜିଦେଲେ ବାପା। ଗଜପତି ଜିଲ୍ଲା ପାରଳାସାହି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

death

death

Advertisment

ପାରିବାରିକ କଳହ ନେଲା ଉଗ୍ର ରୂପ। ସଫା ହୋଇଗଲେ ପୂରା ପରିବାର। ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଇଥିଲେ ବାପା। କାଲି ଯାଇଥିଲା ପୁଅ ଓ ଝିଅଙ୍କ ଜୀବନ। ଆଜି ଆଖି ବୁଜିଦେଲେ ବାପା। ଗଜପତି ଜିଲ୍ଲା ପାରଳାସାହି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ଅଧିକ ପଢନ୍ତୁ : ସଂଘର୍ଷ ଦେଲା ସଫଳତା, CJI ଙ୍କ ମାଆ କହିଲେ 'ମୋ ପୁଅ ମୁକ୍କଦର କା ସିକନ୍ଦର'

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ୮ବର୍ଷର ପୁଅ ଓ ୧୧ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ଖାଇଥିଲା ବାପା ସୁଭାଶିଷ ପାଣିଗ୍ରାହୀ। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସଂପର୍କୀୟ। ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପୁଅ ବିଜୟାନନ୍ଦ ଓ ଝିଅ ପ୍ରିୟଦର୍ଶିନୀର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ବାପା ଶୁଭାଶିଷଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି।

Advertisment

ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ପତ୍ନୀ ଶ୍ବେତାଙ୍କର ଅଚାନକ ମୃତ୍ୟୁ ହୋଇଥିଲା । ପାରିବାରିକ କଳହରୁ ସେ ବିଷ ପିଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଏଯାଁଏ କାରଣ ଅସ୍ପଷ୍ଟ ରହିଛି । ପାରଳାଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।

ଅଧିକ ପଢନ୍ତୁ : କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କ କମାଲ, ବୈଦେଶିକ ମନ୍ତ୍ରୀ ହେଲେ ଅନୀତା ଆନନ୍ଦ

Advertisment
Gajapati Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ