Advertisment

Fake Police: ନକଲି ଡିଏସପିର ଖତରନାକ୍ ଖେଳ; ହୋଇଥିଲା ପ୍ରମୋସନ !

ଖୋଲୁଛି ନକଲି ପୋଲିସର ଖତରନାକ୍ ଖେଳ। ଗତକାଲି ଗିରଫ ପରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟକଲା ଭଳି ଘଟଣା । ଡିଏସପି ଭାବେ ମାନସ ସେନାପତିଙ୍କର କୁଆଡେ ହୋଇଥିଲା ପ୍ରମୋସନ।

ଅଦ୍ୟତନ ହୋଇଛି
Fake Police

Fake Police

Advertisment

ଖୋଲୁଛି ନକଲି ପୋଲିସର ଖତରନାକ୍ ଖେଳ। ଗତକାଲି ଗିରଫ ପରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟକଲା ଭଳି ଘଟଣା । ଡିଏସପି ଭାବେ ମାନସ ସେନାପତିଙ୍କର କୁଆଡେ ହୋଇଥିଲା ପ୍ରମୋସନ। ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପ୍ରମୋସନ୍ ଲେଟରକୁ ସେୟାର କରିଥିଲେ ନକଲି ଡିଏସପି । ତେବେ ଏହି ନୋଟିଫିକେସନର ସତ୍ୟତା କେତେ ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ।

Advertisment

ଅଧିକ ପଢ଼ନ୍ତୁ: ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା

ଅନ୍ୟପକ୍ଷରେ ମାନସ ଫେସବୁକ ଓ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋ ଆହୁରି ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ୱର ପୋଲିସ କଣ୍ଟ୍ରୋଲ ରୁମରେ ବସି ଫଟୋ ଉଠାଇଥିଲା ମାନସ। ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲା। ତେବେ ପ୍ରଶ୍ନ ଉଠୁଛି ପୋଲିସ କଣ୍ଟ୍ରୋଲରୁମରେ କେମିତି ପଶିଲା ଫେକ୍ ଡିଏସପି ମାନସ। ଏଥିସହ ପୋଲିସ କଣ୍ଟ୍ରୋଲ ରୁମରେ ଡିସିପିଙ୍କ ପାଖରେ ବସି ବାର୍ତ୍ତାଳାପ କରିବା ସମୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛି ମାନସ ? ଏହି ସବୁ ଘଟଣା ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଏଥିସହ ଭଦ୍ରକ ଏସିପ ଅଫିସରେ ବସି ଫଟୋ ଉଠାଇଥିଲା ମାନସ। ତାକୁ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛି। ସବୁ ଫଟୋରେ ମାନସ ଯୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଛି। ଭଦ୍ରକ ସହରରେ ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଇଥିବା ବେଳେ ସେହି ସମୟର ଫଟୋ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲା ମାନସ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ଫେକ୍ ଡିଏସପି ମାନସଙ୍କର ଅନେକ ପୋଲିସଙ୍କ ସହ ସଂପର୍କ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସହିଦ ନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ନକଲି DSP ମାନସ ରଞ୍ଜନ ସେନାପତି ଓ ନକଲି କନଷ୍ଟେବଲ ଆଶିଷ ସ୍ୱାଇଁକୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ମିଳିଥିବା ଏକ ନକଲି ପୋଲିସ୍ ପରିଚୟ ପତ୍ରରେ ସବ୍-ଇନ୍ସପେକ୍ଟର ଓ ଭଦ୍ରକରେ ପୋଷ୍ଟିଂ ବୋଲି ଲେଖାଯାଇଥିଲା । ଭଦ୍ରକର ତତ୍କାଳୀନ ଏସପି ଚରଣସିଂ ମୀନାଙ୍କ ଦସ୍ତଖତକୁ ମଧ୍ୟ ନକଲ କରାଯାଇଥିଲା। । ଏଥିସହ ସେମାନଙ୍କ ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ ,କାର, ମୋବାଇଲ ଫୋନ ଜବତ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ, ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ

Fake Police BBSR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ