/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693725895.jpg)
Fake currency racket busted
ବିଡ଼ା ବିଡ଼ା ନକଲି ନୋଟ୍ । ୫ ଶହ ଟଙ୍କିଆ ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ ନୋଟ୍ ଜବତା କ୍ରାଇମବ୍ରାଞ୍ଚ STF ହାତରେ ଲାଗିଛି ଏହି ସବୁ ଜାଲି ଟଙ୍କା । ସୋନପୁରରୁ ଜଣେ ଅଭିଯୁକ୍ତ ଦୀପକ ମେହେରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତା ପାଖରୁ ଏସବୁ ଫେକ୍ ନୋଟ୍ ଜବତ ହୋଇଛି ।
ମିଳିଥିବା ସୂଚନା ମୁତାବକ, ଏସବୁ ଛତିଶଗଡ଼ରୁ ଆସିଛି । ଫେକ ରାକେଟରେ ଆଉ କିଛି ଅପରାଧୀଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି । ଜବତ ନୋଟ୍ ହାଇ କ୍ୱାଲିଟିର କି ନୁହେଁ ପରୀକ୍ଷା ପାଇଁ ପଶ୍ଚିମବଙ୍ଗ ମେଦିନାପୁରର ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରଣକୁ ପଠାଯିବ । ଏଥିରେ ଥିବା ଗାନ୍ଧିଙ୍କ ଫଟୋ, ସିଗ୍ନେଚର ସମେତ ଅନ୍ୟାନ୍ୟ ମୁଦ୍ରଣ ଶୈଳୀକୁ ପରୀକ୍ଷା ହେବା ଯଦି, ଏହା ହାଇ-କ୍ୱାଲିଟି ଥାଏ ତେବେ ଅଭିଯୁକ୍ତ ବିରୋଧରେ UAPA ଆଇନ୍ ଲାଗୁ ସହ NIAକୁ ଅବଗତ କରାଯିବ ।...
#ବିଡ଼ା_ବିଡ଼ା_ଫେକ୍_ନୋଟ୍
୫ ଶହ ଟଙ୍କିଆ ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ ନୋଟ୍ ଜବତ । କ୍ରାଇମବ୍ରାଞ୍ଚ STF ହାତରେ ଲାଗିଛି ଏହି ସବୁ ଜାଲି ଟଙ୍କା । ସୋନପୁରରୁ ଜଣେ ଅଭିଯୁକ୍ତ ଦୀପକ ମେହେରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।#FakeNote#Sonepur#Odisha#OTVpic.twitter.com/sEe4pBTOAV— ଓଟିଭି (@otvkhabar) September 3, 2023
ଫେକ୍ ନୋଟ୍ ବିରୋଧରେ କ୍ରାଇମବ୍ରାଞ୍ଚର ଚାଲିଥିବା ଅଭିଯାନରେ ଏଯାଏଁ ଗୋଟିଏ କୋଟି ୧୯ ଲକ୍ଷରୁ ଅଧିକ ଫେକ୍ ନୋଟ୍ ଜବତ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ପରିମାଣର ନୋଟ୍ କେମିତି ତିଆରି ହେଲା? ଏସବୁ ପଛରେ କାହାର ହାତ ରହିଛି ? ପଛରେ କିଛି ଟେରର ଲିଙ୍କ୍ ରହିଛି କି? ତାକୁ ବି ଖୋଜୁଛି କ୍ରାଇମବ୍ରାଞ୍ଚ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)