Advertisment

ଖୋଲିବ ଫେକ୍‌ କଲ୍ ସେଣ୍ଟର ଗୁମର; ରିମାଣ୍ଡରେ ଯିବେ ଅଭିଯୁକ୍ତ

ରାଜଧାନୀରୁ ଫେକ୍ କଲ ସେଣ୍ଟର ଠାବ ହେବା ଘଟଣାରେ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।

author-image
Sonali Ojha
ଅଦ୍ୟତନ ହୋଇଛି
fake call center

fake call center

ରାଜଧାନୀରୁ ଫେକ୍ କଲ ସେଣ୍ଟର ଠାବ ହେବା ଘଟଣାରେ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର। ସାରା ଦେଶରେ ଏମାନେ ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଧିକ ତଦନ୍ତ ପାଇଁ ସ୍ପେଶାଲ ଟିମ ଗଠନ ହୋଇଛି। ଯେଉଁଥିରେ କିଛି ସାଇଣ୍ଟିଫିକ ଓ ଟେକ୍ନିକାଲ ଅଫିସର ଅଛନ୍ତି।

Advertisment

ମୁଖ୍ୟତଃ ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ଼ କରିବାକୁ କହି କିଛି ବିଦେଶୀଙ୍କୁ ମଧ୍ୟ ଏହି ଠକମାନେ ଚୂନା ଲଗାଇଥିବା ଜାଣିବାକୁ ପାଇଛି ପୋଲିସ। ଗିରଫ ଅଭିଯୁକ୍ତମାନେ ଉଚ୍ଚ ଶିକ୍ଷିତ ଥିବାବେଳେ ସେମାନଙ୍କର ଆକାଉଣ୍ଟ ଯାଞ୍ଚ ଚାଲିଛି। ଏନେଇ ଖୁବଶୀଘ୍ର କୋଲକାତା ଗସ୍ତ କରିବ କମିଶନରେଟ ପୋଲିସ। ସେପଟେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି କମିଶନରେଟ ପୋଲିସ। ସୂଚନା ମୁତାବକ ୬ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାରେ ଏକ ଆପାର୍ଟମେଣ୍ଟରେ ଫ୍ଲାଟ୍ ନେଇ ଫେକ୍ କଲ ସେଣ୍ଟର ଚଳାଉଥିଲେ। ଖବର ପାଇ ପୋଲିସ ଚଢାଉ କରି ୬ ଅଭିଯୁକ୍ତଙ୍କୁ ଧରିବା ସହ ଅନେକ ଡିଜିଟାଲ ଡିଭାଇସ ଜବତ କରିଛି।

ଗତ ଅଗଷ୍ଟ ୧୬ ତାରିଖରେ ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ସିମବକ୍ସ୍ ଠାବ ପରେ ଗତକାଲି ଏୟାର ଫିଲ୍ଡ ଥାନାଞ୍ଚଳରୁ ମିଳିଛି ଫେକ୍ କଲ ସେଣ୍ଟର। ବଡ଼ କଥା ହେଉଛି ସିମବକ୍ସ ମାମଲାରେ ଗିରଫ ରାଜୁ ମଣ୍ଡଳର ଘର ବି ସେଇ ପଶ୍ଚିମବଙ୍ଗରେ । ଯିଏ ବାଂଲାଦେଶରେ ଥିବା ତା ମାଷ୍ଟରମାଇଣ୍ଡ ନିର୍ଦ୍ଦେଶରେ ସିମବକ୍ସ ଜରିଆରେ ମଧ୍ୟପ୍ରାଚ୍ୟ ଦେଶଗୁଡିକର ଫୋନ କଲକୁ ଲୋକାଲ କଲ ଭାବେ ପରିଣତ କରି ଲୁଟର ସାମ୍ରାଜ୍ୟ ଚଳାଇଥିଲା।

Advertisment

ଦିନକୁ ଦିନ ସାଇବର ଲୁଟେରାଙ୍କ ହଟସ୍ପଟ୍ ପାଲଟିଛି ଭୁବନେଶ୍ବର । ଗତ ୯ ମାସରେ ଭୁବନେଶ୍ବର ସାଇବର ଥାନାରେ ୩ ହଜାର ୬୬୦ଟି ସାଇବର ଠକେଇ ମାମଲା ରୁଜୁ ହୋଇସାରିଲାଣି । ଏହା ଭିତରେ ୬୮ କୋଟି ୬୯ ଲକ୍ଷ ୯୦ ହଜାର ଟଙ୍କା ଠକି ନେଲେଣି ସାଇବର ଠକ । ବିଧାନସଭା ତଥ୍ୟ ଅନୁସାରେ ୨୦୨୩ରେ ରାଜ୍ୟରେ ୬ ହଜାର ୩୬୮ଟି ସାଇବର ଅପରାଧ ସଂପର୍କିତ ମାମଲା ରୁଜୁ ହୋଇଥିବା ବେଳେ ୩ ହଜାର ୭୧୪ ଟି ଠକେଇ ମାମଲା ରୁଜୁ ହୋଇଛି । ଯେଉଁଥିରେ ୧୨୨ କୋଟି ୭୭ ଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏସବୁ ଭିତରେ ରାଜଧାନୀ ଭୁବନେଶ୍ବରରେ ବଢ଼ିଚାଲିଥିବା ସାଇବଲ ଲୁଟେରାଙ୍କ ଏ ନେଟୱାର୍କ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି ।

Cyber Crime
Advertisment
Advertisment