• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଡେଲକୁ ମାରି ଜେଲ ଗଲା ପରିବାର । କେବଳ ଜୀବନରୁ ମାରିଲେନି, ଯୁବତୀଙ୍କ ଶରୀରକୁ ଖଣ୍ଡଖଣ୍ଡ କରିଦେଲେ ପରିବାର ଲୋକ । ଘଟଣାରେ ପରିବାରର ୪ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ମଲେଡଙ୍କ ପୂର୍ବତନ ସ୍ୱାମୀ ଓ ତାଙ୍କ ବାପା, ମା’ ଏବଂ ଭାଇ ଥିବା ସୂଚନା ଦିଆଯାଇଛି ।

ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ମୃତ ମଡେଲ ଜଣକ କିଛି ଦିନ ଧରି ନିଖୋଜ ଥିଲେ । ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ଏକ ବଡ଼ ଷ୍ଟେନଲେସ୍ ଷ୍ଟିଲ୍ ସୁପ୍ ହାଣ୍ଡିରେ ଚୋଇଙ୍କ କିଛି ମୃତଦେହର ଅଂଶ ପାଇଥିଲା । ମଡେଲଙ୍କ ଖପୁରୀ, କେଶ ଓ ଦେହର କିଛି ଅଂଶବିଶେଷ ମିଳିଥିଲା ।

ଦିଆଯାଇଥିବା ସୂଚନା ଅନୁସାରେ ହଂକଂର ମଡେଲ ଆବି ଚୋଇଙ୍କ ହତ୍ୟା ହୋଇଛି । ହତ୍ୟାକାଣ୍ଡ ଘଟଣାରେ ଉକ୍ତ ପରିବାରର ଚାରିଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଚୋଇଙ୍କ ପୂର୍ବତନ ସ୍ୱାମୀ ଆଲେକ୍ସ କ୍ୱୋଙ୍ଗ, ତାଙ୍କ ଭାଇ ଆନ୍ଥୋନୀ, ଏବଂ ସେମାନଙ୍କ ବାପା ଓ ମାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଏଯାଏଁ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନଥିବା ବେଳେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଘଟଣାକୁ ନେଇ ତଦନ୍ତକାରୀ ଦଳ ତଦନ୍ତ କରିବା ସହ ୨୮ ବର୍ଷୀୟ ମଡେଲ ଚୋଇଙ୍କ ଶରୀରର ଖଣ୍ଡଖଣ୍ଡ ଅଂଶ ଜବତ କରିଛି । ଏଥି ସହ ଘଟଣାସ୍ଥଳରୁ ଅନ୍ୟ କିଛି ଜିନିଷ ମଧ୍ୟ ଜବତ କରାଯାଇଥିବା ସୂଚନା ଦିଆଯାଇଛି ।

ମଡେଲ ଚୋଇଙ୍କ ପୂର୍ବତନ ସ୍ୱାମୀଙ୍କୁ ପୋଲିସ ଏକ ଦ୍ୱୀପରୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ତାଙ୍କ ବାପା, ମା’ ଓ ଭାଇଙ୍କୁ ଗିରଫ କରାଯାଇଛି ।