Etawah MP Gunners Case: ରାଜନେତାଙ୍କ ନାଁ ନେଇ ବନ୍ଧୁକ ଦେଖାଇ ଟୋଲ ପ୍ଲାଜାରେ ଦାଦାଗିରି, ରୁଜୁ ହେଲା ମାମଲା

ଉତ୍ତରପ୍ରଦେଶ ଇଟାୱାର ସାଂସଦଙ୍କ ଗନମ୍ୟାନ୍‌ଙ୍କ ବିରୁଦ୍ଧରେ ଆସିଛି ସଂଘାତିକ ଅଭିଯୋଗ ।

ମହଙ୍ଗା ପଡ଼ିଲା ଦାଦାଗିରି ।

ରାଜନେତାଙ୍କ ନାଁ ନେଇ ଦାଦାଗିରି । କେବଳ ଦାଦାଗିରି ନୁହେଁ ସାଂଘାତିକ ଦାଦାଗିରି । ଭାବିଥିଲେ ସାଂସଦଙ୍କ ପାଖରେ କାମ କରୁଛନ୍ତି ମାନେ ସାତ ଖୁନ ହେବ ମାଫ । କିନ୍ତୁ ଏକଥା ଭୁଲିଗଲେ ଆଇନ ଆଖିରେ ସମସ୍ତେ ସମାନ । ଉଦ୍ଧତ ଗନ୍‌ ମ୍ୟାନ୍‌ଙ୍କ ନାମରେ ରୁଜୁ ହୋଇଛି ମାମଲା । ଘଟଣା ଜାଣିବା ପରେ ଆପଣ ବି କହିବେ ଯାହା ଘଟିଛି ଠିକ ଘଟିଛି । ଏହାଦ୍ୱାରା ଗର୍ବରେ ମାଟିରେ ପାଦ ଲାଗୁନଥିବା ଗନ୍‌ ମ୍ୟାନ୍‌ଙ୍କୁ ମିଳିବ ଉଚିତ୍‌ ଶିକ୍ଷା ।

ଉତ୍ତରପ୍ରଦେଶ ଇଟାୱାର ସାଂସଦଙ୍କ ଗନମ୍ୟାନ୍‌ଙ୍କ ବିରୁଦ୍ଧରେ ଆସିଛି ସଂଘାତିକ ଅଭିଯୋଗ । ଇଟାୱାର ସମାଜବାଦୀ ପାର୍ଟୀର ସାଂସଦ ଜିତେନ୍ଦ୍ର କୁମାର ଦୋହରେଙ୍କ ଗନମ୍ୟାନ୍‌ ଏକ ଟୋଲ ପ୍ଲାଜାରେ ଦାଦାଗିରି ଦେଖାଇବା ସହ ଜୋର ଜବରଦସ୍ତ ୩୦ଟି କାର ଏବଂ ଗୋଟିଏ ବସ୍ ବିନା ଟୋଲ ଚାର୍ଜରେ ନେଇଯାଇଥିଲେ । ସିସିଟିଭିରେ କଏଦ ହୋଇଥିଲା ସଂପୂର୍ଣ୍ଣ ଘଟଣାର ଭିଡିଓ ।

ତେବେ ଏନେଇ ଅଭିଯୋଗ ହେବା ପରେ ଇଟାୱା ସାଂସଦ ଜିତେନ୍ଦ୍ର କୁମାର ଦୋହରଙ୍କ ଦୁଇ ଗନମ୍ୟାନ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆଗ୍ରା ଡିସିପି ସୋନମ କୁମାର କହିଛନ୍ତି ଦୁଇ ଗନମ୍ୟାନ୍‌ଙ୍କ ବିରୋଧରେ ଦୁର୍ବ୍ୟବହାର ,ଉତ୍ତେଜନା ସୃଷ୍ଟି କରିବାପାଇଁ ଚେଷ୍ଟା ଏବଂ ସ୍ଥାନୀୟ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଭଳି ମାମଲା ରୁଜୁ କରାଯାଇଛି । ଏହା ସହ ଗନମ୍ୟାନଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଇଟାୱାର ଏସପିଙ୍କୁ ଏକ ଚିଠି ପଠାଯାଇଛି ।

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟାରେ ଏତମଦପୁରର ଇନର ରିଙ୍ଗ ରୋଡ ଟୋଲ୍ ପ୍ଲାଜାରେ ଏହି ଘଟଣା ଘଟିଥିଲା । ଅଭିଯୋଗ ଅନୁସାରେ ଦୁଇ ଜଣ ଗନମ୍ୟାନ୍‌ ବୁମ୍ ବାରିଅର ହଟାଇ ଦେଇଥିଲେ । ସାଂସଦଙ୍କ ପୁଅର ବିବାହ ଶୋଭାଯାତ୍ରା ଗାଡି କହି ଭୟଭୀତ କରାଇ ଗାଡି ପାର କରାଇ ନେଇଥିଲେ ।

ଅଧିକ ପଢନ୍ତୁ: ମିଳିଲାନି ଛୁଟି, ୪ ଜଣଙ୍କୁ ଛୁରୀ ଭୁସିଦେଲେ କର୍ମଚାରୀ

ଟୋଲ ପ୍ଲାଜାର ମ୍ୟାନେଜର ଶିବ ବୀର ସିଂଙ୍କ କହିବା ଅନୁସାରେ ଗାଡି ଗୁଡିକ ବ୍ୟକ୍ତିଗତ କାର୍ଯ୍ୟରେ ଯାଉଥିଲା । କିନ୍ତୁ ସାଂସଦଙ୍କ ଗନମ୍ୟାନ୍‌ ରଞ୍ଜିତ କୁମାର ଏବଂ ଶିବମ୍ କୁମାର କାଫଲା ଦାଦାଗିରି ଦେଖାଇଥିଲେ । ଏହାପରେ ରହନକଲା ଟୋଲର ଆକାଉଣ୍ଟ ମ୍ୟାନେଜର ନାରାୟଣ ସିଂହ ଏନେଇ ଅଭିଯୋଗ କରିଥିଲେ । ଅପରପକ୍ଷରେ ସାଂସଦ ଜିତେନ୍ଦ୍ର କୁମାର ଦୋହରେ କହିଛନ୍ତି ସେ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି । ସେ ଘଟଣା ସ୍ଥଳରେ ଉପସ୍ଥିତ ନଥିଲେ । ମୁଁ ଏହି ସମ୍ପର୍କରେ ଗନମ୍ୟାନଙ୍କୁ ପଚାରିବି । ପୋଲିସ ଏହି ଘଟଣାର ତଦନ୍ତ କରିବା ଉଚିତ୍‌ ।

ଅଧିକ ପଢନ୍ତୁ: ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟ୍, ଝାମ୍ପି ନେଲେ ୨ ଲକ୍ଷ ୫୦ ହଜାର ଟଙ୍କା