Advertisment

Fraud Case: CM ଅଫିସ ନାଁ କହି ଠକେଇ, ଇଂଜିନିୟରଙ୍କଠୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ

ଅଭିଯୋଗ ଅନୁଯାୟୀ ପ୍ରାୟ ମାସେ ତଳେ ତାଙ୍କ ପାଖକୁ ଜାନକୀ ବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି କଲ୍ କରିଥିଲେ। ନିଜକୁ ସିଏମଓ ଅଫିସର କର୍ମଚାରୀ ବୋଲି ପରିଚୟ ହେବା ସହ ୨ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି ବୋଲି ଧମକ ଦେଇଥିଲେ।

ଅଦ୍ୟତନ ହୋଇଛି
undefined

CMO ନାଁ କହି ଠକିନେଲେ ୨ ଲକ୍ଷ

Advertisment

CMO ଅଫିସ ନାଁ କହି ଠକେଇ। ଇଂଜିନିୟରଙ୍କ ଠାରୁ ୨ ଲକ୍ଷ ଟଙ୍କା ଠକିନେଲେ ଦୁର୍ବୃତ୍ତ । ଜଣେ ଅଧୀକ୍ଷଣ ଯନ୍ତ୍ରୀ ଠକେଇର ଶିକାର ହୋଇଛନ୍ତି । ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସେ ଭୁବନେଶ୍ବର ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Advertisment

ପ୍ରତାପ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି । ଅଭିଯୋଗ ଅନୁଯାୟୀ ପ୍ରାୟ ମାସେ ତଳେ ତାଙ୍କ ପାଖକୁ ଜାନକୀ ବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି କଲ୍ କରିଥିଲେ। ନିଜକୁ ସିଏମଓ ଅଫିସର କର୍ମଚାରୀ ବୋଲି ପରିଚୟ ହେବା ସହ ୨ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି ବୋଲି ଧମକ ଦେଇଥିଲେ। କୌଣସି ଉପାୟ ନପାଇ ତାଙ୍କ କଥାରେ ରାଜି ହୋଇ ଯାଇଥିଲେ ପ୍ରତାପ ।

ଅଧିକ ପଢ଼ନ୍ତୁ: ହକ୍‌ ପାଇଁ ଗର୍ଜୁଛନ୍ତି କନିଷ୍ଠ ଶିକ୍ଷକ, ଦାବି ଶୁଣିବେ କି ସରକାର ?

ଜାନକୀଙ୍କ କହିବା ପରେ ପ୍ରତାପ ଜାନକୀ ବଲ୍ଲଭଙ୍କ ଭିମଟାଙ୍ଗୀ ସ୍ଥିତ ଘରକୁ ଆସି ୨ ଲକ୍ଷ ଟଙ୍କା ଦେଇଥିଲେ। ହେଲେ ଏହାପରେ ମଧ୍ୟ ତାଙ୍କର ଆତଙ୍କ ଥମି ନଥିଲା । ସେ ପୁଣିଥରେ ଫୋନ୍ କରି ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲା। ପ୍ରତାପ ଅରାଜି ହେବାରୁ ଜାନକୀ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଶେଷରେ ପ୍ରତାପ କୌଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏହି ମାମଲାର ଛାନଭିନ୍ ଜାରି ରଖିଛି ।

Advertisment
Bhubaneswar Fraud Case CMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ