Advertisment

କାଲି ଉଠାଇ ନେଇଥିଲେ, ଆଜି ଆସିଲା ମୃତ୍ୟୁ ଖବର...

ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Elephant Poaching Accused Dies In Custody

Elephant poaching accused dies in custody

କାଲି ଉଠାଇ ନେଇ ପଚରାଉଚରା କରୁଥିଲେ, ହଠାତ୍‌ ଆଜି ଆସିଲା ମୃତ୍ୟୁ ଖବର। ବଡ଼ମ୍ବାରେ ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ବଡମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗାଁର ଧନେଶ୍ୱର ବେହେରା (୫୯ ବର୍ଷୀୟ)। ଘଟଣାକୁ ନେଇ ବଡ଼ ବାରସିଂ ଛକରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

Advertisment

ସୂଚନାଥାଉ କି, ଗତ ୩୦ ତାରିଖରେ ବଡମ୍ବା ରେଞ୍ଜର ମାଣିଆବନ୍ଧ ବିଟ ହିନ୍ଦୋଳ ବଡ଼ରର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇ ଥିଲା।  ଏହି ଘଟଣାରେ ବନ ବିଭାଗ କର୍ମଚାରୀ ଧନେଶ୍ୱରଙ୍କୁ ଗତକାଲି ଉଠାଇ ନେଇ ନିଜ ହେପାଜତରେ ରଖିଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ଅନ୍ୟପକ୍ଷେ, ହେପାଜତ ମୃତ୍ୟୁ ଘଟଣାରେ ଆଠଗଡ଼ ପୋଲିସ ୨ ଜଣ ACF, ବଡ଼ମ୍ବା ରେଞ୍ଜରଙ୍କ ସମେତ  ୧୦ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛି । କେଉଁ ପରିସ୍ଥିତିରେ ଅଭିଯୁକ୍ତକୁ ଉଠାଇଲେ ଓ କେମିତି ମୃତ୍ୟୁ ହେଲା ସେନେଇ ଆଠଗଡ଼ ପୋଲିସ ଛାନଭିନ୍ ଚଳାଇଛି।

Advertisment
Elephant Death Custodial Death
Advertisment
Advertisment