Cyber Fraud: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି

୨୦୨୩ ମସିହା ଫେବ୍ରୁଆରୀ ମାସରେ ମାୟାନଗରୀ ମୁମ୍ବାଇରେ ରହୁଥିବା ଜଣେ ୮୬ ବର୍ଷୀୟ ବୟସ୍କା ମହିଳାଙ୍କୁ ଏକ ଅଜଣା ନମ୍ବରୁ ଆସିଥିଲା କଲ୍ । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସନ୍ଦୀପ ରାଓ କହିବା ସହ ଜଣେ ସିବିଆଇ ଅଧିକାରୀ ଭାବରେ ପରିଚୟ ଦେଇଥିଲେ । ପୀଡିତା ମହିଳାଙ୍କ ନାଁ ଏବଂ କାଗଜପତ୍ର ବ୍ୟବହାର କରି ଏକ ବ୍ୟାଙ୍କ ଆକାଉଣ୍ଟ ଅଛି । ଏହାକୁ ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇଛି । ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ହେରଫେର ହୋଇଥିବା କହିଥିଲେ ।

ଠକି ନେଲେ ୨୦ କୋଟି ।

ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଜଣେ ୮୬ ବର୍ଷୀୟା ବୃଦ୍ଧା । ସାଇବର ଠକେଇର ଏଭଳି କିଛି ଚକିତ କଲା ଭଳି ମାମଲା ସାମ୍ନାକୁ ଆସିଛି । ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ବୃଦ୍ଧାଙ୍କ ଆକାଉଣ୍ଟ । ୨ ମାସ ଧରି ଡିଜାଟାଲ ଆରେଷ୍ଟ କରି ଡରାଇ, ଧମକାଇ ଚଳୁ କରି ଦେଇଛନ୍ତି ୨୦ କୋଟି ଟଙ୍କା । ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି ।

କେମିତି ହୋଇଥିଲା ଡିଜିଟାଲ ଆରେଷ୍ଟ?

୨୦୨୩ ମସିହା ଫେବ୍ରୁଆରୀ ମାସରେ ମାୟାନଗରୀ ମୁମ୍ବାଇରେ ରହୁଥିବା ଜଣେ ୮୬ ବର୍ଷୀୟ ବୟସ୍କା ମହିଳାଙ୍କୁ ଏକ ଅଜଣା ନମ୍ବରୁ ଆସିଥିଲା କଲ୍ । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସନ୍ଦୀପ ରାଓ କହିବା ସହ ଜଣେ ସିବିଆଇ ଅଧିକାରୀ ଭାବରେ ପରିଚୟ ଦେଇଥିଲେ । ପୀଡିତା ମହିଳାଙ୍କ ନାଁ ଏବଂ କାଗଜପତ୍ର ବ୍ୟବହାର କରି ଏକ ବ୍ୟାଙ୍କ ଆକାଉଣ୍ଟ ଅଛି । ଏହାକୁ ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇଛି । ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ହେରଫେର ହୋଇଥିବା କହିଥିଲେ । ଏନେଇ ମାମଲା ରୁଜୁ ହୋଇଛି ସିବିଆଇ ସ୍ୱତନ୍ତ୍ର ଦଳକୁ ହସ୍ତାନ୍ତର କରାଯାଇଛି ବୋଲି ଜଣାଇଥିଲେ ।

ଏହାପରେ ହ୍ୱାଟ୍‌ସାପ୍‌ କଲ୍ କରି ବୃଦ୍ଧାଙ୍କୁ ଡରାଇବା ଧମକାଇବା ଖେଳ ଆରମ୍ଭ କରିଦେଇଥିଲେ ସାଇବର ଠକ । ଯଦି ତଦନ୍ତରେ ସହଯୋଗ ନକରିନ୍ତି ତେବେ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ସହ ତାଙ୍କୁ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ । ପରେ ଏହି ଚାଲାକ୍ ଠକ ଜଣକ ମହିଳାଙ୍କୁ ଡିଜିଟାଲ ଇଣ୍ଡିଆ ମୁଭମେଣ୍ଟ ଅନୁଯାୟୀ ପୋଲିସ ଷ୍ଟେସନ ନ ଯାଇ ଇ-ତଦନ୍ତରେ ସାହାଯ୍ୟ କରିପାରିବେ ବୋଲି ଜଣାଇଥିଲେ ।

ବେଶ୍ ଚତୁରତାର ସହ ତଦନ୍ତ ନାଁରେ ବୃଦ୍ଧାଙ୍କୁ ଠାରୁ ତାଙ୍କ ବ୍ୟାଙ୍କ ତଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗି ନେଇଥିଲେ । ପରେ, ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଦୁଇ ମାସ ଏଭଳି କରି ରଖିଥିଲେ । ସମ୍ପର୍କୀୟଙ୍କ ସହ କଥା ନ ହେବାକୁ ବି ଚେତାବନୀ ଦେଇଥିଲେ ।

ଏପରିକି ପ୍ରତି ୨ରୁ ୩ ଘଣ୍ଟା ଭିତରେ ଫୋନ୍‌ କରି ବୃଦ୍ଧାଙ୍କୁ ଲୋକେସନ୍ ପଚାରୁଥିଲେ । ତଦନ୍ତ ଆଳରେ ପୀଡିତା ମହିଳାଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା କୋର୍ଟର ଏକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ପଡିବ ବୋଲି କହିଥିଲେ । ଖାଲି ସେତିକି ନୁହେଁ ତଦନ୍ତ ସରିବା ପରେ ତାଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ବି ଦେଇଥିଲେ ସାଇବର ଠକ । ଏହାପରେ ଖାଲି କରିଦେଇଥିଲେ ବୃଦ୍ଧାଙ୍କ ଆକାଉଣ୍ଟ ।

ପୀଡିତା ମହିଳା ଏ ସମସ୍ତ କାହାଣୀ ନିଜ ଝିଅକୁ ଜଣାଇଥିଲେ । ଏହାପରେ ମାର୍ଚ୍ଚ ୪ ତାରିଖରେ ମୁମ୍ବାଇ ପୁଲିସ ଏଫ୍‌ଆଇଆର୍ ରୁଜୁ କରି ମୀରା ରୋଡ୍‌ରୁ ଦୁଇ ଜଣ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ପୂରା ମାମଲାର ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ: ସୁନ୍ଦରୀ ଚେହେରା ପଛର ଠକେଇ, ଗୁମର ଖୋଲିବ ପୋଲିସ...