Elderly Man Sets fire on Son: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ

ଜଣେ ବାପା । ହେଲେ ପରିଣତ ବୟସରେ ବାପାଟିଏ ଯେ ବନିଯିବ ପିଶାଚ କେହି କେବେ କଳନା କରିନଥିବେ । ଏମିତି ଏକ ବାପା ଯିଏ ନିଜ ଔରସର ସନ୍ତାନକୁ ଜାଳିଦେଇଛି ।

Father & Son

ପୁଅ ଟଙ୍କା ଦେଲାନି ବୋଲି ବୋହୂକୁ ତ ବାପ ଜାଳି ମାରିଦେଲା, ପୁଅକୁ ବି ଠେଲିଦେଲା ନିଆଁର ଆଁକୁ । କଟକ ଗୋଡ଼ିସାହି ଅଂଚଳରେ ନିଜ ପୁଅ-ବୋହୂକୁ ବାପାର ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣାରେ ଚାଲିଗଲା ବୋହୂ ସସ୍ମିତାଙ୍କ ଜୀବନ । ପୁଅ ମୃତ୍ୟୁ ସହ ଲଢ଼େଇ କରୁଛି ହସପିଟାଲ୍ ବେଡ୍‌ରେ । ସେପଟେ ଜହ୍ଲାଦ ବାପାକୁ ଅଟକ ରଖିଛି ବାରଙ୍ଗ ପୋଲିସ୍ । ତେବେ ଜଣେ ୬୬ ବର୍ଷୀୟ ବୃଦ୍ଧ ନିଜ ପୁଅ-ବୋହୂଙ୍କ ଉପରେ କାହିଁକି ଓ କିଭଳି ଭିଆଇଲା ଅମାନବୀୟ କାଣ୍ଡ, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜଣେ ବାପା । ହେଲେ ପରିଣତ ବୟସରେ ବାପାଟିଏ ଯେ ବନିଯିବ ପିଶାଚ କେହି କେବେ କଳନା କରିନଥିବେ । ଏମିତି ଏକ ବାପା ଯିଏ ନିଜ ଔରସର ସନ୍ତାନକୁ ଜାଳିଦେଇଛି । ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ମାରିଦେଇଛି ବୋହୂକୁ । ଯାହା ନାଁ ଗୋବର୍ଦ୍ଧନ ରାଉତ । ବୟସ ୬୬ । ଘର କଟକ ବାରଙ୍ଗ ଥାନା ବାରସିଙ୍ଗା ଗାଁ । ନିଆଁ ଲଗାଇ ପୁଅ ଦୀନବନ୍ଧୁ ରାଉତଙ୍କୁ ହତ୍ୟା ଉଦ୍ୟମ ଏବଂ ବୋହୂ ସସ୍ମିତାଙ୍କ ମୃତ୍ୟୁ ପରେ ଗୋବର୍ଦ୍ଧନକୁ ଧରିଛି ପୋଲିସ ।

ଅଧିକ ପଢ଼ନ୍ତୁ: କ୍ରୁରତାର ସବୁ ସୀମା ଟପିଲେ କଳାକାର; ମଞ୍ଚ ଉପରେ ଖାଇଲେ ଜୀଅନ୍ତା ଘୁଷୁରି  

ଏହି ଘଟଣା ପରଠୁ ଶୋକରେ ବୁଡ଼ିଛି ସାରା ପରିବାର । ବାପର ବିଭତ୍ସ କାଣ୍ଡରେ ଉଜୁଡ଼ିଗଲା ପୁଅର ସୁଖର ସଂସାର । ଏକୁଟିଆ ପଡ଼ି ବୁଢ଼ି ମା କୋଳରେ ଥାଇ ବାପା,ମା’ଙ୍କୁ ଖୋଜି ହେଉଛି ୬ ବର୍ଷର କଅଁଳ ସନ୍ତାନ । ଶନିବାର, ରାତି ପ୍ରାୟ ସାଢ଼େ ୯ଟା । ବୋହୂ ସସ୍ମିତା ଶ୍ୱଶୁର ଗୋବର୍ଦ୍ଧନକୁ ଖାଇବା ବାଢ଼ି ଦେଇଥିଲେ । ଶ୍ୱଶୁର ଖାଇ ସାରିବା ପରେ ସ୍ୱାମୀ ଦୀନବନ୍ଧୁଙ୍କ ସହ ବସି ଏହି ବେଡ୍ ରୁମରେ ଖାଉଥିଲେ ସସ୍ମିତା ।

ପାଖରେ ବେଡ୍ ଉପରେ ବସିଥିଲା ୬ ବର୍ଷର ପୁଅ । ଠିକ୍ ଏହି ସମୟରେ ଗୋବର୍ଦ୍ଧନ ଗୋଟିଏ ହାତରେ ପେଟ୍ରୋଲ୍ ବୋତଲ୍ ଏବଂ ଆଉ ଗୋଟିଏ ହାତରେ ନିଆଁହୁଳା ଧରି ପହଞ୍ଚିଥିଲା । କେହି କିଛି ବୁଝିବା ଆଗରୁ ପ୍ରଥମେ ପୁଅ ଉପରକୁ ପେଟ୍ରୋଲ୍ ଫିଙ୍ଗି ନିଆଁ ଲଗାଇଦେଇଥିଲା । ଆଉ ସ୍ୱାମୀଙ୍କୁ ନିଆଁ ଦାଉରୁ ବଞ୍ଚାଇବାବେଳେ ସସ୍ମିତା ଉପରକୁ ମଧ୍ୟ ପେଟ୍ରୋଲ୍ ପକାଇଥିଲା ଗୋବର୍ଦ୍ଧନ ।

ପରିଣାମ ସ୍ୱରୂପ ୬ ବର୍ଷର ଛୁଆ ଆଗରେ ଛଟପଟ ହେଉଥିଲେ ବାପା,ମା । ତେବେ ବୁଢ଼ି ମା’ର ଉପସ୍ଥିତ ବୁଦ୍ଧି ପାଇଁ ଶିଶୁଟି ସିନା ବର୍ତ୍ତିଗଲା, କିନ୍ତୁ ତା ବାପା, ମା ବର୍ତ୍ତିପାରିନଥିଲେ ଜେଜେ ବାପାର ନିଆଁରୁ । ଛିନଛତ୍ର ହୋଇପଡ଼ିଛି ଖାଦ୍ୟ ଥାଳି । ଜଳିଯାଇଛି ସୋଫା । ଚାରିଆଡ଼େ ବିଛାଡ଼ି ହୋଇପଡ଼ିଛି ଆସବାବପତ୍ର । ଘଟଣା ଜାଣିବା ପରେ ପାଖ ପଡ଼ୋଶୀ ଦୀନବନ୍ଧୁ ଏବଂ ସସ୍ମିତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ।

ସେଠାରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବାବେଳେ ମରଣ ସହ ସଂଘର୍ଷ କରୁଛନ୍ତି ଦୀନବନ୍ଧୁ । ଏହି ଘଟଣାରେ ନିଜେ ଗୋବର୍ଦ୍ଧନ ବି ଆହତ ହୋଇଛି । ପୋଲିସର କହିବା କଥା, ନିଶାପାଣିରେ ବୁଡ଼ି ରହୁଥିଲା ଗୋବର୍ଦ୍ଧନ । ଗୋଡ଼ିସାହି ଛକରେ ଏହି ଚପଲ ଦୋକାନ କରି ପରିବାର ପୋଷୁଥିବା ପୁଅ ଦୀନବନ୍ଧୁ ବାପାଙ୍କୁ ପ୍ରତିମାସ ଭଳି ଏଥର ବି ୨ ଦିନ ତଳେ ଦେଇଥିଲେ ପାଞ୍ଚ ହଜାର ଟଙ୍କା । ଗତକାଲି ପୁଣି ଟଙ୍କା ମାଗିବାରୁ ଦୀନବନ୍ଧୁ ମନା କରିଦେଇଥିଲେ । ଏହାକୁ ନେଇ ଉତ୍ତ୍ୟକ୍ତ ବାପା ଗତକାଲି ପୁଅ-ବୋହୂଙ୍କୁ ହତ୍ୟା ପାଇଁ ମନସ୍ଥ କରି ଭିଆଇଥିଲା ଏଭଳି କାଣ୍ଡ । ତା’ପରେ ଘର ଛାତକୁ ଯାଇ ଲୁଚିଥିବା ବେଳେ ବାରଙ୍ଗ ପୋଲିସ ଉଠାଇ ଆଣିଥିଲା ଥାନାକୁ ।

ଅଧିକ ପଢ଼ନ୍ତୁ: ପ୍ରେମିକା ଦେଲା ପ୍ରେମର ପ୍ରମାଣ; ନୂଆ ପ୍ରେମିକକୁ ଖୁସି କରିବାକୁ ପୂର୍ବତନ ପ୍ରେମିକକୁ ଏସିଡ୍ ଫିଙ୍ଗିଲା