Advertisment

କିଲର୍‌ ବୋହୂ : ଶାଶୂଶ୍ୱଶୁରଙ୍କ ହତ୍ୟା ପରେ ବାହୁନି କାନ୍ଦୁଥିଲା, ହେଲେ ନିଜେ ଥିଲା ମାଷ୍ଟରମାଇଣ୍ଡ୍

ଶାଶୂଶ୍ୱଶୁରଙ୍କ ହତ୍ୟାର ମାଷ୍ଟରମାଇଣ୍ଡ୍ ଥିଲା ବୋହୂ । ପ୍ରେମିକ ସହ ମିଶି ଜୀବନ ନେଇଗଲା । ଆଗକୁ ଟାର୍ଗେଟରେ ଥିଲା ବିଚରା ସ୍ୱାମୀ ।

author-image
Prangyan Parimita
ଅଦ୍ୟତନ ହୋଇଛି
Delhi Murder Case

double murder

ରାଜଧାନୀ ଦିଲ୍ଲୀରେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ରବିବାର ଗୋକୁଳପୁରୀ ଅଞ୍ଚଳରେ ଘଟିଥିବା ବୟସ୍କ ଦମ୍ପତିଙ୍କ ହତ୍ୟା ଘଟଣାର ରହସ୍ୟ ଉପରୁ ଆଜି ପରଦା ହଟାଇଛି ପୋଲିସ୍‌। ଥାନାଧିକାରୀଙ୍କ ସୂଚନା ଅନୁସାରେ ଶାଶୂଶ୍ୱଶୁରଙ୍କ ହତ୍ୟା ପରେ ପୋଲିସ ଏବଂ ଗଣମାଧ୍ୟମ ଆଗରେ ବାହୁନି ବାହୁନି କାନ୍ଦୁଥିବା ବୋହୂ ମୋନିକା ହିଁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ହତ୍ୟା ପଛରେ ଦମ୍ପତିଙ୍କ ବୋହୂ ଓ ତା’ର ଦୁଇ ସହଯୋଗୀ ରହିଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛି ବୋହୂର ପ୍ରେମିକ ।

Advertisment

ପଡୋଶୀଙ୍କ ଖିଅରୁ ହତ୍ୟାକାରୀ ଧରାପଡ଼ିଛି । ବୋହୂର ଚାଲିଚଳନ ଠିକ୍ ନଥିବା ସେମାନେ ପୋଲିସ୍‌କୁ ଜଣାଇଥିଲେ । ଲଗାତାର ପଚରାଉଚରା ପରେ ଅଭିଯୁକ୍ତ ମୋନିକା ଭାଙ୍ଗି ପଡ଼ିଥିଲା । ପ୍ରେମିକ ଆଶିଷଙ୍କ ସହାୟତାର ସେ ଶାଶୂଶ୍ୱଶୁରଙ୍କୁ ହଟାଇବା ପାଇଁ ଯୋଜନା କରିଥିଲେ । ଆଉ ତା’ପର ଟାର୍ଗେଟ ଥିଲେ ତାଙ୍କ ନିଜ ସ୍ୱାମୀ । ସେ ଘରୁ ୧.୩କୋଟି ଟଙ୍କା ନେଇ ପ୍ରେମିକଙ୍କ ସହ ସବୁଦିନ ପାଇଁ ଫେରାର ହେବାକୁ ଚାହୁଁଥିଲା ।

ଅଧିକ ପଢ଼ନ୍ତୁ: କାନ୍ଦି କାନ୍ଦି ଯିଏ ଗଡୁଥିଲା, ସେଇ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ

ହତ୍ୟାକାଣ୍ଡର ଶିକାର ହୋଇଥିବା ବୃଦ୍ଧ ଦମ୍ପତି ହେଲେ ରାଧେଶ୍ୟାମ ବର୍ମା ଓ ବୀଣା ଦେବୀ । ରାଧେଶ୍ୟାମ ବର୍ମା ଏକ ସରକାରୀ ସ୍କୁଲରେ ଭାଇସ ପ୍ରିନ୍ସିପାଲ ଭାବେ କାମ କରିବା ପରେ ଅବସର ନେଇଥିଲେ । ଅବସର ପରେ ସ୍ତ୍ରୀଙ୍କ ସହ ଗୋକୁଳପୁରୀ ଠାରେ ଥିବା ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ରହୁଥିଲେ । ବୋହୂ ମୋନିକା, ସ୍ୱାମୀ ଓ ପୁଅ ଫାଷ୍ଟ ଫ୍ଲୋରରେ ରହୁଥିଲା । ସମ୍ପତ୍ତି ପାଇଁ ମୋନିକା ନିଜ ଶାଶୂ ଓ ଶ୍ୱଶୁରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ।

Advertisment

ଯୋଜନା ଅନୁସାରେ, ଘଟଣା ଦିନ ମୋନିକା ତା’ର ବୟଫ୍ରେଣ୍ଡ ଓ ଆଉ ଜଣଙ୍କୁ ଘରର ଛାତ ଉପରକୁ ଡାକିଥିଲା । ସେମାନେ ରାତିରେ ଛାତ ଉପରେ ବେଶ କିଛି ସମୟ ଲୁଚି ରହିଥିଲେ । ଏହାପରେ ରାଧେଶ୍ୟାମ ଓ ତାଙ୍କ ପତ୍ନୀ ଶୋଇଥିବା ରୁମ ଭିତରେ ପଶି ଉଭୟଙ୍କ ଗଳା କାଟି ହତ୍ୟା କରିଥିଲେ ।

ହତ୍ୟା ପଛରେ ସମ୍ପତ୍ତି ବିବାଦ ହିଁ ମୁଖ୍ୟ କାରଣ ବୋଲି କହିଛି ପୋଲିସ୍‌ । ରାଧେଶ୍ୟାମ ନିଜର ଘର ବିକ୍ରି କରିବାକୁ ଚାହୁଁଥିଲେ । ଏଥିପାଇଁ ୪ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ମିଳିସାରିଥିଲା । ହତ୍ୟାକାଣ୍ଡ ପରେ ଘରୁ ଟଙ୍କା ଓ ସୁନା ଗାୟବ୍‌ ଥିଲା । ଡକାୟତିର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଶେଷରେ ଧରାପଡ଼ିଗଲା କିଲର୍‌ ବୋହୂ ।

Murder Murder Case Double Murder
Advertisment
Advertisment