ପ୍ରେମ ପାଇଁ ମାଆକୁ ହତ୍ୟା !
ପ୍ରେମ ଆଗରେ ବଳିପଡ଼ିଲା ମା'ର ମମତା । ପ୍ରେମିକ ସହ ମିଶି ମା'କୁ ହତ୍ୟା କଲା ଅଷ୍ଟମ ଶ୍ରେଣୀର ଝିଅ । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ସୁଣ୍ଢି ସାହି ଅଞ୍ଚଳରେ । ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ପାରଳାଖେମୁଣ୍ଡି ପୋଲିସ ମୃତକଙ୍କ ଝିଅ ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ୍ କରିଛି । ଏଥିସହ ଅଭିଯୁକ୍ତ ନାବାଳିକା ହୋଇଥିବାରୁ ତାକୁ ସୁଧାର ଗୃହକୁ ପଠାଇଛି। ଏପଟେ ହତ୍ୟା ଅଭିଯୋଗରେ ନାବାଳିକାର ପ୍ରେମିକ ଓ ତାର ସାଙ୍ଗକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରେମିକ ସହ ମିଶି ମାଆକୁ ହତ୍ୟା । ପୁରୀ ଯାଇ ମାଆର ଶେଷକୃତ୍ୟରେ ବି ସାମିଲ ହେଲା ଝିଅ । ଶେଷରେ ଇନଷ୍ଟାଗ୍ରାମ ଚାଟ ଧରାଇଦେଲା ସବୁ ଅପରାଧ। ଏଭଳି ଘଟଣା ଘଟିଛି ପାରଳାଖେମୁଣ୍ଡି ସୁଣ୍ଢି ସାହିରେ। ଅଭିଯୋଗ ଅନୁଯାୟୀ, ସୁଣ୍ଢି ସାହିରେ ଭଡ଼ାରେ ରହୁଥିବା ରାଜଲକ୍ଷ୍ମୀ କରଙ୍କ କୌଣସି ପିଲା ଛୁଆ ନଥିବାରୁ ୧୩ ବର୍ଷ ତଳେ ୩ ଦିନର କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଲାଳନପାଳନ କରି ପିଲାକୁ ଛୋଟରୁ ବଡ଼ ମଧ୍ୟ କଲେ ମାଆ ରାଜଲକ୍ଷ୍ଣୀ। ଝିଅକୁ କୌଣସି ପ୍ରକାର ଉଣା କରିନଥିଲେ ମାଆ ରାଜଲକ୍ଷ୍ମୀ। ଏମିତିକି ଝିଅକୁ ପାରଳାଖେମୁଣ୍ଡିସ୍ଥିତ ଏକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟରେ ପାଠ ପଢାଇଲେ ମାଆ। ହେଲେ ପ୍ରେମ ପାଇଁ ମାଆର ସବୁ ଋଣ ଓ ମମତା ଭୁଲିଗଲା ଝିଅ। ଶେଷରେ ପ୍ରେମିକ ସହ ମିଶି ମାଆକୁ ଶ୍ବାସରୁଦ୍ଧ କରି ଝିଅ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ: ବିବାଦରେ ଟ୍ରାଭେଲ୍ ବ୍ଲଗର ଲବ ହାଁସଦା, ବେଙ୍ଗାଲୁରୁରେ ରୁଜୁ ହେଲା ଅପରାଧିକ ମାମଲା
ଅଭିଯୋଗ ଅନୁଯାୟୀ, ରାଜଲକ୍ଷ୍ମୀଙ୍କ ଝିଅକୁ ପାରଳାଖେମୁଣ୍ଡିର ଗଣେଶ ରଥ ନାମକ ଜଣେ ଯୁବକ ନିଜ ପ୍ରେମ ଜାଲରେ ଛନ୍ଦିଥିଲା । ସଂପୃକ୍ତ ନାବାଳିକା ମାଧ୍ୟମରେ ରାଜଲକ୍ଷ୍ମୀଙ୍କ ସୁନା ଓ ଟଙ୍କା ଲୁଟି ଚାଲିଥିଲା ପ୍ରେମିକ। ଏହା ଜାଣିବା ପରେ ରାଜଲକ୍ଷ୍ମୀ ଝିଅକୁ ଆକଟ କରିଥିଲେ। ଶେଷରେ ପ୍ରେମିକ ସହ ମିଶି ମାଆକୁ ସବୁଦିନ ଲାଗି ହଟାଇବା ଲାଗି ଯୋଜନା କରିଥିଲା ଝିଅ । ଯୋଜନା ମୁତାବକ ଗତ ଏପ୍ରିଲ୍ ୨୯ରେ ନାବାଳିକା ଜଣକ ରାଜଲକ୍ଷ୍ମୀଙ୍କୁ ନିଶା ଔଷଧ ଦେବା ପରେ ସେ ଶୋଇପଡ଼ିଥିଲେ। ପରେ ଗଣେଶ ଏବଂ ତା'ର ସାଙ୍ଗ ଦିନେଶ ଘରେ ପଶି ରାଜଲକ୍ଷ୍ମୀ ମୁହଁକୁ ତକିଆରେ ମାଡି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ପରେ ରାଜଲକ୍ଷ୍ମୀଙ୍କ ମୃତଦେହ ଧରି ପାରଳାଖେମୁଣ୍ଡି ହସ୍ପିଟାଲକୁ ଯାଇଥିଲେ। ରାଜଲକ୍ଷ୍ମୀଙ୍କର ହୃଦଘାତରେ ହୋଇଥିବା କହିଥିଲା ଝିଅ । ପୂର୍ବରୁ ରାଜଲକ୍ଷ୍ମୀ ହୃଦରୋଗରେ ପିଡିତ ହୋଇ ଔଷଧ ସେବନ କରୁଥିବାରୁ ଡାକ୍ତରଙ୍କ ସନ୍ଦେହ ହୋଇନଥିଲା। ପରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହ କରାଯାଇଥିଲା।
ଘଟଣା ପରେ ସଂପୃକ୍ତ ନାବାଳିକା ମାମୁଁ ଘରେ ରହୁଥିଲା। ହେଲେ ନାବାଳିକାର ହାବଭାବ ସନ୍ଦେହ ଜନକ ହେବାରୁ ରାଜଲକ୍ଷ୍ମୀଙ୍କ ଭାଇ ପାରଳାଖେମୁଣ୍ଡି ଥାନାରେ ଗତ ୧୪ ତାରିଖରେ ଅଭିଯୋଗ କରିଥିଲେ। ଶେଷରେ ତଦନ୍ତ ବେଳେ ନାବାଳିକା ଚାଟରୁ ଧରାପଡିଥିଲା ସବୁ ସତ । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣି ନାବାଳିକାକୁ ସୁଧାର ଗୃହକୁ ପଠାଇଥିବା ବେଳେ ଆଉ ଦୁଇ ଅଭିଯୁକ୍ତକୁ ଜେଲ ପଠାଇଛି। ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରିଛି ପୋଲିସ। ରାଜଲକ୍ଷ୍ମୀଙ୍କଠାରୁ ଲୁଟ ହୋଇଥିବା ସୁନା ମଧ୍ୟରୁ ୨୬ ଗ୍ରାମ ଜବତ କରିଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747412014.jpg)