ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଅଫିସରେ ଇଡି ରେଡ୍ । ଅନୀଲଙ୍କ ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନୀଲଙ୍କ କମ୍ପାନୀ ସହ ଲିଙ୍କ ଥିବା ୩୫ଟି ସ୍ଥାନରେ ଚଢାଉ କରାଯାଇଛି । କମ୍ପାନୀର ବିଭିନ୍ନ କାର୍ଯାଳୟରେ କାର୍ଯ୍ୟରତ ପ୍ରାୟ ୨୫ ଅଧିକାରୀଙ୍କୁ ଏନେଇ ପଚରାଉଚରା କରାଯାଇଛି ।
ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅଫ କମ୍ପାନୀ ଦ୍ବାରା ମନି ଲଣ୍ଡରିଂ ଅଭିଯୋଗ ରହିଛି। ମନି ଲଣ୍ଡରିଂ ମାମଲାରେ ଏହି ରେଡ୍ ହୋଇଥିବା ଜଣାପଡିଛି । ସିବିଆଇ କରିଥିବା FIR ଅଧାରରେ ରେଡ୍ କରାଯାଇଛି । ସୂଚନା ଅନୁଯାୟୀ, ୨୦୧୭ରୁ ୨୦୧୯ ମଧ୍ୟରେ ୟେସ ବ୍ୟାଙ୍କରୁ ନିଆଯାଇଥିବା ୩ ହଜାର କୋଟି ଟଙ୍କାର ଋଣରେ ହୋଇଥିବା ଆର୍ଥିକ ଅନିୟମିତତାକୁ ନେଇ ରେଡ କରାଯାଇଛି । ୟେସ ବ୍ୟାଙ୍କର ପୂର୍ବତନ ପ୍ରମୋଟରମାନଙ୍କ ସହିତ ଜଡିତ ଲାଞ୍ଚ ମଧ୍ୟ ତଦନ୍ତର ପରିସର ମଧ୍ୟକୁ ଆସିଛି ।
Also Read
ମିଳିଥିବା ସୂଚନା ଅନୁସାରେ ସାଧାରଣ ଟଙ୍କାର ଅପବ୍ୟବହାର କରାଯାଇଥିବା ଇଡି ଦାବି କରୁଛି । ତେଣୁ ଅନୀଲ ଅମ୍ବାନୀ ଗ୍ରୁପ୍ ସହ ଜଡ଼ିତ ଥିବା ବରିଷ୍ଠ ବ୍ୟବସାୟୀ କାର୍ଯ୍ୟନିର୍ବାହୀଙ୍କ ଘରେ ଟିକନିଖ୍ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେୟାରହୋଲ୍ଡର, ନିବେଶକ ଏବଂ ସାର୍ବଜନୀନ ପ୍ରତିଷ୍ଠାନ ସମେତ ଅନେକ ସଂସ୍ଥାକୁ ଠକେଇ କରାଯାଇଥିବା ତଦନ୍ତ କାରୀ ଅଧିକାରୀ ମାନେ ଅନୁମାନ କରୁଛନ୍ତି । କାରଣ ୨୦୧୭ ରୁ ୨୦୧୯ ମଧ୍ୟରେ ୩,୦୦୦ କୋଟି ଟଙ୍କାର ଋଣର ନିଆଯାଇଥିଲା ।
ୟେସ ବ୍ୟାଙ୍କରୁ ଏହି ସମସ୍ତ ଟଙ୍କା ନିଆଯାଇଥିବାବେଳେ ଏହାରି ଉପରେ ଏବେ ସ୍ବତନ୍ତ୍ର ନଜର ପକାଇଛି ଇଡି । ଆଉ ସେହି ଟଙ୍କାକୁ ନେଇ ଖୋଳତାଡ଼ ଜାରି ରଖିଛି । ଖାଲି ସେତିକି ନୁହେଁ କମ୍ପାନୀର କର୍ପୋରେଟ ଋଣ ୨୦୧୭-୧୮ ଆର୍ଥିକ ବର୍ଷରେ ୩,୭୪୨.୬୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮-୧୯ ଆର୍ଥିକ ବର୍ଷରେ ୮,୬୭୦,୮୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ମଧ୍ୟ ସୂଚନା ଦିଆଯାଇଛି।