• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ଲାକମେଲର ଲେଡି ଅର୍ଚ୍ଚନାର ବାପାଙ୍କୁ ଇଡିର ଜେରା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପରେ ତାଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି । ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡି ଖୋଳତାଡ଼ କରୁଛି ।  ଅର୍ଚ୍ଚନାଙ୍କ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ସହ ୫ ବର୍ଷରେ କିଭଳି ଏତେ ଟଙ୍କାର ମାଲିକ ହେଲେ ତାର ଖୋଳତାଡ଼ କରାଯାଇଛି  । 

ସେପଟେ ଅର୍ଚ୍ଚନା ନାଗର ବିଜିନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ମାରାଥନ୍ ଜେରା କରୁଛି ଇଡି । ଆଜି ତୃତୀୟ ଦିନ ପାଇଁ ଖଗେଶ୍ୱରକୁ ଜେରା କରୁଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ ଜଣିଆ ଟିମ୍ ଖଗେଶ୍ୱରକୁ ପଚରାଉଚରା କରୁଛି । ଏବେ ଖଗେଶ୍ୱରର ମୋବାଇଲରେ କଣ ରହିଛି ଏହାର ସମସ୍ତ ତଥ୍ୟ ସଂଗ୍ରହ କରିବ ଇଡି ।

ସେଥିଲାଗି ସାଇବର ଫରେନସିକ୍ ଏକ୍ସପର୍ଟର ସହାୟତା ନେଇଛି । ସାଇବର ଫରେନ୍ସିକ୍ ଏକ୍ସପର୍ଟ ଖଗେଶ୍ୱରର ୨ଟି ମୋବାଇଲରୁ ତଥ୍ୟ ବାହାର କରୁଛନ୍ତି । ଅର୍ଚ୍ଚନା ମାମଲା ପରଠାରୁ ଅନେକ ଗୁଡିଏ ଫଟୋ, ମ୍ୟାସେଜ୍ ଏବଂ ଭିଡିଓ ଡିଲିଟ୍ ହୋଇଥିବା ଜଣାପଡିଛି । ସେଗୁଡିକୁ ବାହାର କରିବାକୁ ଉଦ୍ୟମ ଚାଲିଛି । ଏହାଛଡ଼ା ଖଗେଶ୍ୱରର ସମ୍ପତ୍ତିକୁ ନେଇ ଖୋଳତାଡ଼ କରାଯାଉଛି ।

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାରେ ପଶି ଇଡ଼ି ଘାଣ୍ଟୁଥିବାବେଳେ ତାଉପରେ ଏବେ ଏସ୍‌ଆଇଟିର ନଜର । ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ସ୍କାନର୍‌ରେ ନେଇ ଏସ୍‌ଆଇଟି କଳାଧନ ଅର୍ଜନର ଖୋଳତାଡ଼ କରିପାରେ । ଏସ୍‌ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୩ରେ ନୂଆଦିଲ୍ଲୀ ବୈଠକରେ ଏ ସଂପର୍କରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ଇଡିକୁ ରିପୋର୍ଟ ମାଗିଛି ଏସ୍‌ଆଇଟି । ଏସ୍‌ଆଇଟି ଆଉ ଇଡ଼ିର ଏଭଳି ତତ୍ପରତାକୁ ନେଇ ନାନା ଚର୍ଚ୍ଚା ଭିତରେ ଏବେ ମାମଲାରେ ସଂପୃକ୍ତି ପ୍ରଭାବଶାଳୀଙ୍କ ଛାତି ଏବେ ଧଡ଼ଧଡ଼ ।