• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ଟାୟାର ଦେଇଥିଲେ ବିବେକ

  • ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ

  • ଗତ ୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଫୋନ୍ କରିଥିଲା

  • ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟି ଟାୟାର ଆଣିବ କହିଥିଲା

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ବିବେକ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ୧୬୧ ବୟାନରୁ ଏହି ତଥ୍ୟ ମିଳିଛି । ମମିତାଙ୍କ ଶବ ପୋଡ଼ିବାରେ ବ୍ୟବହୃତ ହୋଇଥିବା ଟାୟାର ସେ ଦେଇଥିବା କହିଛନ୍ତି ବିବେକ ।ଅକ୍ଟୋବର ୮ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଗୋବିନ୍ଦ ତାଙ୍କୁ ଫୋନ୍ କରିଥିଲା ଓ ଦୁଇଟା ଟାୟାର ନେବାକୁ କହିଥିଲା । ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟା ଟାୟାର ଆଣିବ ବୋଲି ଗୋବିନ୍ଦ କହିଥିଲା । ଆଉ ଦିନ ସାଢ଼େ ୩ଟା ବେଳେ ରାଧେଶ୍ୟାମ ଯାଇ ତାଙ୍କ ପାଖରୁ ଟାୟାର ଆଣିଥିଲା ବୋଲି ବିବେକ କହିଛନ୍ତି ।

ସେହିପରି ମମିତା ହତ୍ୟା ମାମଲାର ତଦନ୍ତରେ ଅଗ୍ରଗତି ହେଉଛି । ଏହି ମାମଲାର ତଦନ୍ତ ବେଳେ ଜବତ ହୋଇଥିବା ୭୦ଟି ସାମଗ୍ରୀକୁ ଫୋରେନସିକ୍ ଲାବୋରାଟୋରୀକୁ ପଠାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ନଖ, ଚୁଟି, ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ମୃତ ନମିତାଙ୍କ ଅସ୍ଥି, ମାଂସ ଓ ବ୍ୟାଗ୍ ଆଦି ସାମଗ୍ରୀକୁ ପରୀକ୍ଷା ଲାଗି ପଠାଇ ଦିଆଯାଇଛି  । 

ସେପଟେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଲଢ଼େଇ ଜୋରଦାର କରିଛନ୍ତି । ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହାକୁ ବିରୋଧ କରି ଜନତା କର୍ଫ୍ୟୁ ପାଳନ ପାଇଁ କଳାହାଣ୍ଡି ବାସିନ୍ଦାଙ୍କୁ ଭକ୍ତ ଚରଣ ଦାସ ଆହ୍ୱାନ ଦେଇଛନ୍ତି। ଏହାସହ ଆସନ୍ତା ୭ ତାରିଖରେ ମମିତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଦିନ ୧୧ଟାରେ ୨ ମିନିଟ ନିରବ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି।

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ନିତି ପ୍ରତିଦିନ ବିବାଦ ଘନଉଛି । ନିଇତି ନୂଆ ଅଭିଯୋଗ, ନୂଆ ନୂଆ ଲୋକଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଦିନେଶ ବଗର୍ତ୍ତୀ ଏବଂ ପୂର୍ବତନ ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମହେଶ ସାହୁ ଓରଫ ଚିଣ୍ଟୁଙ୍କ ଆଡ଼କୁ ଗତକାଲି ଇସାରା କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ । କ୍ୟାପଟେନଙ୍କ ହୋମଗ୍ରାଉଣ୍ଡରେ ପ୍ରଶ୍ନବାଣ ମାରି ଏହି ସହଯୋଗୀ ମାନଙ୍କ କଲ୍ ଡିଟେଲ୍ସ ଯାଞ୍ଚ ଦାବି କରିଥିଲେ ଭକ୍ତ ।