/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627619058.jpg)
duplicate wrist watch
କଟକ: ଦେଖିବାକୁ ଅସଲି, ହେଲେ ଜିନିଷ ନକଲି। ବାହାରୁ ଶସ୍ତାରେ ଘଣ୍ଟା ଆଣି ତା’ଉପରେ ନାମୀଦାମୀ ବ୍ରାଣ୍ଡ୍ର ଲୋଗୋ ଓ ଷ୍ଟିକର ଲଗାଇ ଅଧିକ ଦାମ୍ରେ ଚାଲିଥିଲା ବିକ୍ରି। ଶେଷରେ ପୋଲିସ୍ ହାତରେ ଧରାପଡ଼ି ଯାଇଥିଲା ଏହି ଠକାମୀ। ନାମୀଦାମୀ ବ୍ରାଣ୍ଡ୍ ନାଁରେ ନକଲି ଘଣ୍ଟା ବିକ୍ରି କରିବା ଅଭିଯୋଗରେ କଟକ ବାଦାମବାଡି ପୋଲିସ ଜଣେ ଦୋକାନୀଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ବାଦାମବାଡି ଜିତ୍ ମାର୍କେଟ୍ରେ ଥିବା ଏକ ଦୋକାନରୁ ପୋଲିସ ୮୮୪ଟି ଫାଷ୍ଟ୍ଟ୍ରାକ୍ ବ୍ରାଣ୍ଡ୍ର ନକଲି ଘଣ୍ଟା ଜବତ କରିଛି। ଜବତ ଘଣ୍ଟା ମଧ୍ୟରେ ଉଭୟ ପୁରୁଷ ଏବଂ ମହିଳାଙ୍କ ଘଣ୍ଟା ରହିଛି । ଦୋକାନୀ ଜଣକ ବାହାରୁ କମ୍ ଟଙ୍କାରେ ଏହାକୁ କିଣି ତା’ ଉପରେ ନାମୀ ବ୍ରାଣ୍ଡ୍ର ଲୋଗୋ ଓ ଷ୍ଟିକର ଲଗାଇ ଅଧିକ ଦାମରେ ବିକ୍ରି କରୁଥିଲେ। ଖବର ପାଇ ପୋଲିସ୍ ଉକ୍ତ ଦୋକାନ ଉପରେ ଚଢ଼ଉ କରି ଦୋକାନ ମାଲିକଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି।
Also Read
ଏନେଇ କଟକ ଜୋନ୍-୬ ଏସିପି ଏସ୍. ଏନ୍ ମୁଦୁଲି କହିଛନ୍ତି, ‘ଜିତ୍ ମାର୍କେଟରେ ଥିବା ଆର୍.କେ ୱାଚ୍ ଦୋକାନରେ ନକଲି ଫାଷ୍ଟ୍ଟ୍ରାକ୍ ଘଣ୍ଟା ବିକ୍ରି ହେଉଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ବାଦାମବାଡ଼ି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଦୋକାନ ଉପରେ ଚଢ଼ଉ କରିଥିଲେ। ରେଡ୍ ବେଳେ ୮୮୪ଟି ନକଲି ଘଣ୍ଟା ଜବତ ହୋଇଛି। ଦୋକାନୀ ଜଣକ କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲେ। ଫଳରେ ତାଙ୍କୁ ଗିରଫ କରାଯାଇଥିଲା। କମ୍ ଦାମରେ ବାହାରୁ ଆଣି ଏଠାରେ ଲୋକଙ୍କୁ ଅଧିକ ଦାମ୍ରେ ବିକ୍ରି କରାଯାଉଥିଲା। କେଉଁଠୁ ଏସବୁ ନକଲି ଘଣ୍ଟା ଆସୁଥିଲା ? ଏଥିରେ କେଉଁକେଉଁ ମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ପୋଲିସ୍ ଖୋଳତାଡ଼ କରୁଛି।
ସୂଚନାଥାଉ କି, କିଛିଦିନ ପୂର୍ବେ ଗଞ୍ଜାମରେ ନକଲି ମଦ କାରବାରର ପର୍ଦ୍ଦାଫାସ ହୋଇଥିଲା। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ପୋଲିସ ନକଲି ମଦ କାରବାର ରାକେଟ୍ର ପର୍ଦ୍ଦାଫାସ କରିଥିଲା । ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ଅଭିଯୁକ୍ତମାନେ ନକଲି ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)