Advertisment

Duplicate Engine Oil: ଏମିତି ବି ହେଉଛି, ପ୍ୟାକିଂ ବଢ଼ିଆ; ଅଏଲ୍‌ ଗନ୍ଧିଆ

ଉପରେ ଅସଲି କିନ୍ତୁ ଭିତରେ ନକଲି। ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି ହେଉଥିଲା ନକଲି ଇଞ୍ଜିନ ଅଏଲ୍। ଏଭଳି କିଛି କମ୍ପାନି ଠାବ ହୋଇଛି ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ। ପୋଲିସ ଚଢ଼ାଉ କରି ୪ ହଜାର ଲିଟର ଅପମିଶ୍ରିତ ଇଞ୍ଜିନ୍ ଅଏଲ ଜବତ କରିଛି। ଏଥିସହ ଏହି ଘଟଣାରେ ୨ ଭାଇଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
duplicateengineoil

duplicateengineoil

Advertisment

ଉପରେ ଅସଲି କିନ୍ତୁ ଭିତରେ ନକଲି। ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି ହେଉଥିଲା ନକଲି ଇଞ୍ଜିନ ଅଏଲ୍। ଏଭଳି କିଛି କମ୍ପାନୀ ଠାବ ହୋଇଛି ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ। ପୋଲିସ ଚଢ଼ାଉ କରି ୪ ହଜାର ଲିଟର ଅପମିଶ୍ରିତ ଇଞ୍ଜିନ୍ ଅଏଲ ଜବତ କରିଛି। ଏଥିସହ ଏହି ଘଟଣାରେ ୨ ଭାଇଙ୍କୁ ଗିରଫ କରିଛି।

Advertisment

ଅଧିକ ପଢ଼ନ୍ତୁ: ଦୀର୍ଘ ୧୪ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, ବଖାଣିଲେ ଲୋମ ଟାଙ୍କୁରା କାହାଣୀ

ବିଶ୍ରା ଥାନା ଅଞ୍ଚଳରେ ନକଲି ଇଞ୍ଜିନ୍ ଅଏଲ୍ କାରାଖାନା ଚାଲିଥିବା ପୋଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଆଜି ସକାଳେ ପୋଲିସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଘଟଣାସ୍ଥଳରୁ ୪ ହଜାର ଲିଟର ଅପମିଶ୍ରିତ ଇଞ୍ଜିନ୍ ଅଏଲ, ଇଞ୍ଜିନ ଅଏଲ୍ ଡବା, ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଓ ଲୋଗୋ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଏହି ନକଲି ଇଞ୍ଜିନ ଅଏଲ୍ କମ୍ପାନୀରେ ପୋଡ଼ା ମୋବିଲକୁ ସଂଗ୍ରହ କରାଯାଉଥିଲା। ପରେ ତାକୁ ରିଫାଇନଡ୍‌ କରିକି ନାମିଦାମୀ ଷ୍ଟିକର ଓ ଲୋଗୋ ଲଗାଯାଇ  ଚଢ଼ା ଦାମରେ ବିକ୍ରି କରାଯାଉଥିଲା। ଏହି ନକଲି ଇଞ୍ଜିନ କମ୍ପାନୀ ଦୀର୍ଘଦିନ ହେବ ଚାଲୁଥିବା ଜଣାଯାଇଛି। ଏହି ନକଲି ଇଞ୍ଜିନ ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଯାଉଥିବା ସୂଚନା ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଚେର କେଉଁ ଯାଏଁ ଲମ୍ବିଛି ତାର ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ: ନୃଶଂସତାର ଟପିଲା ସୀମା; ଭୋକିଲା ବୋଲି ଖଣ୍ଡାରେ ହାଣି ପକାଇଲା

Rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ