Duping Money On Pretext Of Providing Govt Jobs
ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ। ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଏକ ପ୍ଲେସ୍ମେଣ୍ଟ୍ ଏଜେନ୍ସି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। କଟକ ପାଲାମଣ୍ଡପରେ ଥିବା ଏକ ପ୍ଲେସ୍ମେଣ୍ଟ ଏଜେନ୍ସି ଉପରେ ବାଦାମବାଡ଼ି ପୋଲିସ୍ ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଛି। ଏହାସହ ଏଜେନ୍ସିର ପ୍ରୋପାଇଟରଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ, ପାଲାମଣ୍ଡପରେ ନିକଟରେ ଥିବା ଆଡ୍ଭାନ୍ସଡ୍ ଏଟୁଜେଡ୍ ସଲ୍ୟୁସନ୍ ପ୍ରା.ଲି. ଚାକିରି ଦେବା ନାଁରେ ଯୁବକ, ଯୁବତୀଙ୍କୁ ଠକୁଥିବା ନେଇ ଅଭିଯୋଗ ହୋଇଥିଲା। ୩ଟି ଠକେଇ ମାମଲାରେ ପୋଲିସ ଏଜେନ୍ସି ଉପରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର ହାର୍ଡଡିସ୍କ ଜବତ କରିଛି।ଦୀର୍ଘ ଦିନ ଧରି ଚାକିରି ଦେବା ନାଁରେ ଏହି ସଂସ୍ଥା ଲକ୍ଷାଧିକ ଟଙ୍କା ଲୁଟି ଚାଲିଥିଲା।
ଅଧିକ ପଢ଼ନ୍ତୁ: ଆପାର୍ଟମେଣ୍ଟରେ ଫ୍ଲାଟ୍ ଦେବାକୁ କହି ୨୦ କୋଟିର ଠକେଇ; ବିଲ୍ଡରଙ୍କ ନାଁରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି
ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1672799381.jpg)