Advertisment

ରାଜଧାନୀ ରାସ୍ତାରେ ଟଳି ଟଳି ଯାଉଥିଲେ ମାତାଲ ଯୁବତୀ, ପୋଲିସ ଉଠାଇନେଲା ! ଦେଖନ୍ତୁ ଭିଡିଓ..

ସଂପୃକ୍ତ ଯୁବତୀ ଏକ ଆଇଟି କମ୍ପାନୀର ଚାକିରିଆ ଓ ଜଣେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମଧ୍ୟ କୁହାଯାଉଛି ।

ଅଦ୍ୟତନ ହୋଇଛି
Bhubaneswar Drunken Lady Viral Video

Drunken Lady Viral Video

Advertisment

ରାଜଧାନୀ ରାସ୍ତାରେ ମାତାଲ ହୋଇ ବୁଲୁଥିଲେ ଯୁବତୀ । ଉଠାଇନେଲା ପୋଲିସ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ଭିଡିଓ ରୁ ଯାହା ଜଣାପଡ଼ୁଛି, ବିଳମ୍ବିତ ରାତିରେ ଯୁବତୀ ଜଣକ ଏକ ବ୍ଲୁ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଏକ ହାପ୍‌ ପ୍ୟାଣ୍ଟ ପିନ୍ଧି ରାସ୍ତାରେ ଯାଉଥିଲେ । ପୋଲିସ ଯୁବତୀଙ୍କୁ ଦେଖିଥିଲା । ଯୁବତୀଙ୍କ ପାଦ ଏପଟ ସେପଟ ପଡ଼ୁଥିବା ଦେଖି ପୋଲିସ ସନ୍ଦେହ କରିଥିଲା ।

Advertisment

ତେଣୁ ପୋଲିସ ଉକ୍ତ ଯୁବତୀଙ୍କୁ ସୁରକ୍ଷା ଦେବାକୁ ଯାଇ କିଛି ସମୟ ଯୁବତୀଙ୍କୁ ଫଲୋ କରିଥିଲା । ପରେ ପୋଲିସ ଗାଡ଼ି ଦେଖି ଯୁବତୀ ଜଣକ ଡରି ଯାଇଥିଲେ । ଏହାସହ ସାମାନ୍ୟ ଦୌଡ଼ିବାକୁ ଲାଗିଥିଲେ । ରାସ୍ତାରେ ଟଳି ଟଳି ଯାଉଥିବା ଦେଖି ତାଙ୍କର ପିଛା କରିଥିଲା ପୋଲିସ । ପରେ ଯୁବତୀ ଜଣକ ଅଧିକ ମାତାଲା ହେବା ଦେଖି ପୋଲିସ ତାଙ୍କୁ କାବୁ କରିଥିଲା ଏବଂ ଗାଡ଼ିରେ ବସାଇ ଥାନାକୁ ନେଇଥିଲା।

ତେବେ ଏହି ଘଟଣାର ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାନୁଯାୟୀ, ଯୁବତୀ ଜଣକ ମଦ ପିଇ ମାତାଲ ହୋଇ ରାସ୍ତାରେ ଯାହାକୁ ପାରୁଥିଲେ ତାକୁ ଗାଳି ଗୁଲଜ କରୁଥିଲେ । ଏମିତିକି ପିସିଆରକୁ ମଧ୍ୟ ନାକେଦମ କରିଥିଲେ । ଏହି ଘଟଣା କଳ୍ପନା ଛକ ନିକଟରେ ଘଟିଛି । ଯୁବତୀଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ । ସେ ଏକ ଆଇଟି କମ୍ପାନୀର ଚାକିରିଆ ବୋଲି ଜଣାପଡ଼ିଛି । ଜଣେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମଧ୍ୟ କୁହାଯାଉଛି ।

Advertisment

Drunken Lady Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ