/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661486768.jpg)
Drunk Teacher
ମଦ୍ୟପ ଶିକ୍ଷକଙ୍କ ମାଡ଼ରେ ୧୬ ଛାତ୍ରଛାତ୍ରୀ ଲହୁ ଲୁହାଣ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଡେଙ୍ଗେସଖାଲ ଗାଁରୁ । ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯିବା ସହ ମଦ୍ୟପ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି ।
ଲଦିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ଅପରାହ୍ନ ୩ଟା ରେ ମଦ୍ୟପାନ କରି ଡେଙ୍ଗେସଖାଲ ସ୍କୁଲକୁ ଯାଇଥିଲେ । ସେଠାରେ କ୍ଲାସରୁୂମ୍ରେ ପଶି ଛାତ୍ରଛାତ୍ରୀଙ୍କୁ ପାଠ ପଠାଇବାର ଆଳରେ ପ୍ରଶ୍ନ ପଚାରିଥିଲେ । ତେବେ ଉତ୍ତର ଦେଇନପାରିବାରୁ ଛାତ୍ରଛାତ୍ରୀଙ୍କୁ ବାଡ଼ିରେ ନିର୍ଧୂମ ମାଡ଼ ମାରିଥିଲେ । ଛାତ୍ରଛାତ୍ରୀଙ୍କ ଚିତ୍କାର ଶୁଣି ସ୍କୁଲ ନିକଟରେ ଥିବା ଜଣେ ଅଭିବାବକ ଆହତ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରି ଅଡ଼ବା ମେଡ଼ିକାଲରେ ଭର୍ତି କରିଥିଲେ ।
ଡେଙ୍ଗେସଖାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନେଇ ଥାନାରେ ଅଭିଯୋଗ କରିବା ସହ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।
ରିପୋର୍ଟର- ମିହିର ଜତି, ମୋହନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)